
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବିଭିନ୍ନ ଶୈବ ପୀଠମାନଙ୍କରେ ଉତ୍ସବମୁଖର ଭାବେ ପବିତ୍ର ଶିବ ବିବାହ କଲ୍ୟାଣ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ସହରର ବିନୋଦବିହାର ସମ୍ମୁଖରେ ଥିବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ନିଆରା ପରମ୍ପରା ଅନୁଯାୟୀ ଶିବବିବାହ କଲ୍ୟାଣ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଦୋଳବିମାନରେ ଦେବ ଦମ୍ପତିଙ୍କୁ ବସାଇ ବର୍ଣ୍ଣାଢ୍ୟ ପଟୁଆରର ସହ ଶୋଭାଯାତ୍ରାରେ ବାହାରି ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ନଗର ପରିଭ୍ରମଣ କରାଯାଇଛି । ମନ୍ଦିର କମିଟି, ପୂଜକ, ସେବାୟତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ପୂଜକ କୃଷ୍ଣ ରାଉଳ ଏବଂ କୃଷ୍ଣ ରାଉଳ, କନ୍ୟାପକ୍ଷରେ ସୁରେଶ ଅଗ୍ରୱାଲ ଏବଂ ବର ପକ୍ଷରେ ବିଜୟ ସେନାପତି ମୁଖ୍ୟ କର୍ତ୍ତା ଭାବେ ସକ୍ରୀୟ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।