jayashree

ଟିଟିଲାଗଡ଼ରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ଶପଥ ଗ୍ରହଣ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମିଳନୀ, ଟିଟିଲାଗଡ଼ ଶାଖାର ୨୦୨୬–୨୮ କାର୍ଯ୍ୟକାଳ ପାଇଁ ନବନିର୍ବାଚିତ କାର୍ଯ୍ୟକାରିଣୀର ଶପଥ ଗ୍ରହଣ ସମାରୋହ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ମାନ ସମାରୋହ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀ ମହାବୀର ପଞ୍ଚାୟତି ଧର୍ମଶାଳାରେ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମିଳନୀ, ଓଡ଼ିଶାର ସଭାପତି ଡଃ ସୁଭାଷ ଅଗ୍ରୱାଲ ଯୋଗ ଦେଇଥିଲେ । ଏହି ସମାରୋହରେ ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିବା ସହ ନବନିର୍ବାଚିତ ପଦାଧିକାରୀମାନେ ଶପଥ ଗ୍ରହଣ କରିଥିଲେ । ସଭାପତି ଭାବେ ବିନୋଦ ମୋରୋଡ଼ିଆ, ଉପ ସଭାପତି ରାଜେଶ ଅଗ୍ରୱାଲ, ଯୁଗଳ କିଶୋର ଗୋଏଙ୍କା, ସୂରଜମଲ ସୋନୀ, ଦୀପକ ଗୋଏଲ, ସମ୍ପାଦକ (ସଚିବ) : ଗୋପାଳ ତିବଡେୱାଲ, ସହ-ସମ୍ପାଦକ (ସହସଚିବ) : ଓମ ପ୍ରକାଶ କନୋଡ଼ିଆ, ମନସାରାମ ଅଗ୍ରୱାଲ, ନିରଞ୍ଜନ ଶର୍ମା କୋଷାଧ୍ୟକ୍ଷ : ରାଜୀବ ଜୈନ କାର୍ଯ୍ୟକାରିଣୀ ସଦସ୍ୟମାନେ : ସତ୍ୟନାରାୟଣ ଗୁପ୍ତା, ପ୍ରକାଶ ଗୋଏଲ, ଜଗଦୀଶ ପ୍ରସାଦ ଅଗ୍ରୱାଲ, ଈଶ୍ୱର ଚନ୍ଦ ଜୈନ, ରମେଶ କନୋଡ଼ିଆ, ଗୋବିନ୍ଦ ପ୍ରସାଦ ଜୈନ, ପ୍ରେମଚନ୍ଦ ଜୈନ, ଦେବୀ ପ୍ରସାଦ ଶର୍ମା, ମହେଶ ଡୋଡ଼କା, ସଞ୍ଜୟ ତିବଡେୱାଲ, ସୁରେନ୍ଦ୍ର ମୋରୋଡ଼ିଆ, ଶଶୀକପୁର ଜୈନ, ସ୍ୱଦେଶ ଜୈନ, ରାଜେଶ ଅଗ୍ରୱାଲ (ଟିଙ୍କୁ), ମହେଶ ଅଗ୍ରୱାଲ (ବିଟ୍ଟୁ), ଆଶିଷ ଅଗ୍ରୱାଲ (ହାର୍ଡୱେର), ଆଶିଷ ଅଗ୍ରୱାଲ (ବଜରଙ୍ଗ), ଗୁଲାବ ସୋନୀ, ଗଣେଶ ବାବୁ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ (ଛିମନ), ନବୀନ ଗୋଏଲ ଓ ଦୀପକ ଜୈନ । କାର୍ଯ୍ୟକ୍ରମରେ ସମାଜର ବହୁ ସଂଖ୍ୟକ ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ନବନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.