pr

ଜୁନ୍ ୧୯ ତାରିଖରେ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ ଅଧୀନରେ ପ୍ରାୟ ୨,୪୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

dr. purohit
  • ପ୍ରଥମ ଥର ନିଯୁକ୍ତି ପାଇଥିବା କର୍ମଚାରୀମାନେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇବେ
  • ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ; ପ୍ରତ୍ୟେକ ଅତିରିକ୍ତ କର୍ମଚାରୀ ପାଇଁ ନିଯୁକ୍ତିଦାତାଙ୍କୁ ମାସିକ ₹୩,୦୦୦ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି
  • ପିଏମ୍ – ଭିବିଆର୍‌ୱାଇ ନିଯୁକ୍ତି ସୃଷ୍ଟି, ନିଯୁକ୍ତିର ଆନୁଷ୍ଠାନିକୀକରଣ ଏବଂ ସାମାଜିକ ସୁରକ୍ଷା ପରିସରର ବିସ୍ତାରକୁ ସହଜ କରିବା ପାଇଁ ଡିଜାଇନ୍ କରାଯାଇଛି
  • ଏହି ଯୋଜନା ପୂର୍ବରୁ ସାରା ଦେଶରେ ୧୫ ଲକ୍ଷ ହିତାଧିକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିସାରିଛି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୯ ତାରିଖ ସନ୍ଧ୍ୟା ୫ ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ (ପିଏମ – ଭିବିଆରୱାଇ) ଅଧୀନରେ ପ୍ରାୟ ୨,୪୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ।
ଏହି ବଣ୍ଟନ ପିଏମ୍ – ଭିବିଆରୱାଇ ଯୋଜନାର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଭାରତ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି – ସଂଯୁକ୍ତ ପ୍ରୋତ୍ସାହନ ଯୋଜନା, ଯାହାର ଲକ୍ଷ୍ୟ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକୀକରଣକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି କ୍ଷମତା ବୃଦ୍ଧି କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା। ଏହି ଯୋଜନା ସାରା ଦେଶରେ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଛି।
ପିଏମ୍ – ଭିବିଆରୱାଇ ଉଭୟ ଶ୍ରମବଳ ଏବଂ ନିଯୁକ୍ତିଦାତାଙ୍କୁ ଆନୁଷ୍ଠାନିକ ଅର୍ଥନୀତିରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁଯାୟୀ, ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀମାନେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ, ଯାହା ସେମାନଙ୍କୁ କର୍ମକ୍ଷେତ୍ରରେ ପ୍ରବେଶ କରିବା ସମୟରେ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରିବ। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀ ପାଇଁ ପ୍ରତି ମାସରେ ୩,୦୦୦ ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ, ଏହା ଦ୍ୱାରା ନିରନ୍ତର ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରାଯାଏ। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଉତ୍ପାଦନର ରଣନୈତିକ ଗୁରୁତ୍ୱକୁ ସ୍ୱୀକାର କରି, ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତିଦାତାମାନେ ଚାରି ବର୍ଷ ପାଇଁ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ। କିନ୍ତୁ ଅନ୍ୟ ସମସ୍ତ କ୍ଷେତ୍ରର ନିଯୁକ୍ତିଦାତାମାନେ ଦୁଇ ବର୍ଷ ପାଇଁ ପ୍ରୋତ୍ସାହନ ପାଇପାରିବେ।
ଏହି ଯୋଜନା ନିଯୁକ୍ତି-କେନ୍ଦ୍ରିକ ଅଭିବୃଦ୍ଧି ପାଇଁ ଏକ ସକ୍ଷମ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରେ। ଯେପରି ଭାରତର ଆର୍ଥିକ ପ୍ରଗତିର ଲାଭ ଏହାର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ପରିଣତ କରିବ ତାହାକୁ ନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।
ପିଏମ୍ – ଭିବିଆରୱାଇ ୨୦୨୫ ଅଗଷ୍ଟ ପହିଲାରେ କାର୍ଯ୍ୟକାରୀ ହୋଇଥିଲା। ୯୯,୪୪୬ କୋଟି ଟଙ୍କାର ମୋଟ ବ୍ୟୟ ସହିତ, ଏହି ଯୋଜନା ଦୁଇ ବର୍ଷ ଅବଧିରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ସହଜ କରିବାକୂ ଲକ୍ଷ୍ୟ ରଖିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧.୯୨ କୋଟି ହିତାଧିକାରୀ ପ୍ରଥମ ଥର ପାଇଁ କର୍ମକ୍ଷେତ୍ରରେ ଯୋଗ ଦେବେ ବୋଲି ଆଶା କରାଯାଉଛି। କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କୁ ସମର୍ଥନ କରି, ଏହି ଯୋଜନା ଆନୁଷ୍ଠାନିକ ନିଯୁକ୍ତିକୁ ବିସ୍ତାର କରିବା, ସାମାଜିକ ସୁରକ୍ଷା ପରିସରକୁ ସୁଦୃଢ଼ କରିବା ଏବଂ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରୁଛି ।

nrusinghnath
Leave A Reply

Your email address will not be published.