
ସିନାପାଲି, (କେପିଏନ୍ଏସ୍) : ଓଡ଼ିଶା ଛତିଶଗଡ଼ ସୀମାରେ ରହି ଜୀବନ ତମାମ ସାହିତ୍ୟ ସାଧନା ମାଧ୍ୟମରେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିବା କବି ଚଣ୍ତିଚରଣ ବିଶିଙ୍କ ଜନ୍ମଜୟନ୍ତୀ ବୁଧବାର ସିନାପାଲି ପିଏମଶ୍ରୀ ହାଇସ୍କୁଲ ଠାରେ ପାଳନ କରାଯାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ବୈଷ୍ଣବ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଇଓ ଜତୀନ୍ଦ୍ର କୁମାର ସେଠ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ତ ଚନ୍ଦ୍ରଭାନୁ କଶ୍ୟପ, କବିପୁତ୍ର ଉମାକାନ୍ତ ବିଶି, ହାଇସ୍କୁଲ ପ୍ରଧାନଶିକ୍ଷକ ମନୋରଞ୍ଜନ ମେହେରଙ୍କ ସହ ସମିତିର ସମ୍ପାଦକ ତରୁଣ କୁମାର ମେହେର ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ଗୌତମ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ । କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ କଣ୍ଠଶିଳ୍ପୀ ଚୂଡ଼ାମଣି ମେହେର ଓ ଦୀପକ ସା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମାବେଶରେ ଆଲୋଚକ ଭାବରେ ବରିଷ୍ଠ କବି ଚିନ୍ତାମଣି ସାହୁ, ସତ୍ୟବ୍ରତ ଗହୀର, ମୋହନ ଦାସ, ଲୋଚନ ମେହେର ଯୋଗଦେଇ “ସାହିତ୍ୟ ଓ ସିନାପାଲି” ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେହିପରି ପ୍ରେମାନନ୍ଦ ମେହେର, ଲଇଖନ ମାଝୀ, ଗୌରୀ ମେହେର, ହରେକୃଷ୍ଣ ମେହେର, ବେଣୁଧର ମେହେର, ଶାଶ୍ଵତୀ ହୋତା, ଧବଳେଶ୍ୱର ମେହେର, ବିନିଷା ମେହେର, ଯଶୋବନ୍ତ ସା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ ବରିଷ୍ଠ କବି ବିଜୟ କୁମାର ଯୋଷୀ, ଶିବପ୍ରସାଦ ମେହେର, ପରେଶ ନାଥ ପଣିଗ୍ରାହୀ, ପ୍ରଦ୍ୟୁମ୍ନ ସିଂହ ଚିନ୍ଦା, ଡିସେମ୍ବର ମେହେର କବିତା ଗୁଡିକର ସମୀକ୍ଷା କରିଥିଲେ । କବିତା ପାଠ ଓ ଆଲୋଚନାକୁ ବଂଶୀଧର ଜଗତ ସଂଯୋଜନା କରିଥିଲେ । ସମସ୍ତ ସାହିତ୍ୟ ସାଧକଙ୍କୁ ଏ ଅବସରରେ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାମଦେବ ଦାସ, ତ୍ରିନାଥ ମେହେର, କନକ ବର୍ଦ୍ଧନ ସାହୁ, ନରେନ୍ଦ୍ର ନାଏକ, ଗିରିଧାରୀ ମେହେର, ବୈକୁଣ୍ଠ ତାଣ୍ଡି, ପରମେଶ୍ୱର ମେହେର, ଧୀରେନ୍ଦ୍ର ସା, ଭୀଷ୍ମରାଜ ମେହେର, ରୁଦ୍ର ମାଝୀ, ହୀରାଧର ମେହେର, ବିକାଶ ବାଗ ପ୍ରମୁଖ ସାହିତ୍ୟ ପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ରଶ୍ମିରଂଜନ ସା ଧନ୍ୟବାଦ ଅର୍ପଣ କରିଥିଲେ ।