jayashree

୩ ମାସର ଭତ୍ତା ପ୍ରଦାନ ଦାବି : ଏନଏସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଗତ ୩ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଁ ନାହାନ୍ତି ବୃଦ୍ଧବୃଦ୍ଧା ସହ ଅନେକ ହିତାଧିକାରୀ । ତେଣୁ ଆଜି କଣ୍ଟାବାଞ୍ଜି ଏନ୍‌ଏସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିତାଧୀକାରୀ । ପୂର୍ବତନ କାଉନସିଲର ଦେବଦତ୍ତ ମଜଖଣ୍ଡଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡର ବୃଦ୍ଧବୃଦ୍ଧା ଦିବ୍ୟାଙ୍ଗ ବିଧବାମାନେ ଏକଜୁଟ ହୋଇ ଏନ୍‌ଏସି ଅଫିସ ସମ୍ମୁଖରେ ଭତ୍ତା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରର ପରିମଳ ବ୍ୟବସ୍ଥାରେ ସୁଧାର, ଆଳିଆ ଆବର୍ଜନା ସଫା କରିବା, ଆବାସ ଯୋଜନାରେ ପ୍ରକୃତ ହିତାଧୀକାରୀକୁ ଆଗ୍ରଧିକାର, ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ରଖିଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.