jayashree

କଲେଜ ପ୍ରତିଷ୍ଠା ଦାବିରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ୧୨ ଘଟିଆ ବନ୍ଦ ପାଳନ । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଛି । ଆନ୍ଦୋଳନକାରୀମାନେ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ବନ୍ଦ ଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ଦଳମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି । ଏଥିରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଅନୁଷ୍ଠାନ ଓ ସଙ୍ଘ ସାମିଲ ରହିଛନ୍ତି ।

Leave A Reply

Your email address will not be published.