jayashree

ଗ୍ରୀଷ୍ମ କାଳୀନ କରାଟେ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧି ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲ ଦ୍ୱାରା ଆୟୋଜିତ ଗ୍ରୀଷ୍ମ କାଳୀନ କରାଟେ, ଆତ୍ମ ସୁରକ୍ଷା, କିକ୍‌ ବକ୍ସିଂ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର ଦୀର୍ଘ ଏକ ମାସ ୧୫ ମଇରୁ ୧୫ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଶିବିରରେ ୭୫ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷାର୍ଥୀ ଭାଗ ନେଇ କରାଟେ, ଆତ୍ମ ସୁରକ୍ଷା କୌଶଳ, କିକ୍‌ ବକ୍ସିଂ, ଯୋଗ ଓ ଲାଠି ଚାଳନା ତାଲିମ ନେଇଥିଲେ । ରାଜ୍ୟ ସ୍ତରୀୟ ୩୭ତମ କେଡ୍‌ଟ, ଜୁନିୟର ଓ ୩୮ତମ ସବ୍‌ ଜୁନିୟର କୃତି କରାଟେକା ଆନନ୍ଦିତା ସାହୁ, ଲୋକେଶ ବାଗ, ଅଭିପଶା ହୋତା, ଅଶୁଂମାନ ଧରୁଆ ଓ ଜସମିନ ସାହୁ । ସେହିପରି ଜାତୀୟସ୍ତର କିକ୍‌ ବକ୍ସିଂ ଖେଳାଳି କିରଣ ସେଠ ଓ ଅଭିପଶା ହୋତାଙ୍କୁ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଓ କରାଟେ ସ୍କୁଲର ସଂପାଦକ ହୃଦୟ ଶବର ସମ୍ମାନିତ କରିଥିଲେ । ଶିବିରର ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥି ମାନପାତ୍ର ପ୍ରଦାନ କରିଥିଲେ । ଶିବିରକୁ କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ, ରେଖା ମନହିରା, କ୍ରିଷ୍ଣା ନାୟକ, ଆଦିତ୍ୟ ସିଂ ବାରିକ ଓ ଅନୁରାଗ ଦାସ ପରିଚାଳିତ କରିଥିବା ବେଳେ ରାଜେନ୍ଦ୍ର ବାଗ, ମନ ଗୋବିନ୍ଦ ମେହେର ଓ ମଧୁ ସୂଦନ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.