jayashree

କ୍ଷମା ପ୍ରାର୍ଥନା କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଏକ ଘରୋଇ ଟିଭି ଚ୍ୟାନେଲ ଓଟିଭିର ଖୋଲା କଥା ସାକ୍ଷାତକାର କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଭାଗ ନେଇଥିଲେ । ଏହି ଅଞ୍ଚଳର ଆଦିବାସୀ ଭାଇ ଓ ଭଉଣୀମାନଙ୍କ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା । ସେହି ସମୟରେ ବିଧାୟକଙ୍କ କଣ୍ଠର ସ୍ୱର ଦବି ଯିବା କାରଣରୁ ଏବଂ ଅସାବଧାନତା ବଶତଃ ତାଙ୍କ ପାଟିରୁ ଭୂଲରେ “ଆଦିବାସୀ ଦୂଷିତ ଅଞ୍ଚଳ” ଭଳି ଶୁଭାଯାଉଛି । ଇଚ୍ଛାକୃତ ଭାବେ କାହାରିକୁ ଆଘାତ ଦେବା ଉଦ୍ଦେଶ୍ୟ ନଥିଲା । ପ୍ରକୃତରେ “ଆଦିବାସୀ ଶୋଷିତ ଅଞ୍ଚଳ” ବୋଲି କହିବାକୁ ଚାହୁଁଥିଲେ, ଯେଉଁଠି ଭାଇ ଭଉଣୀମାନେ ନିଜର ହକ୍ ପାଇଁ ଆଜି ବି ସଂଘର୍ଷ କରୁଛନ୍ତି । ଏହି ଅଜାଣତରେ ହୋଇଥିବା ଭୂଲ୍ ଯୋଗୁଁ ଯଦି କୌଣସି ଆଦିବାସୀ ଭାଇ, ଭଉଣୀ କିମ୍ବା ବନ୍ଧୁଙ୍କ ମନରେ ଆଘାତ ଲାଗିଥାଏ, ତେବେ ହୃଦୟର ସହ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ଆପଣ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି । ଆଦିବାସୀ ସମାଜର ବିକାଶ ଓ ସେମାନଙ୍କ ସ୍ୱରକୁ ଆଗକୁ ଆଣିବା ପାଇଁ ମୁଁ ସଦାସର୍ବଦା ପ୍ରତିବଦ୍ଧ ବୋଲି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରେସ ବିବୃତିରେ କ୍ଷମା ମାଗିଛନ୍ତି ।

Leave A Reply

Your email address will not be published.