pr

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡାର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

dr. purohit

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ । ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ । ଏହି ମହୋତ୍ସବକୁ ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ବହୁ ଆଡମ୍ବର ସହ ପାଳନ କରାଯାଇଥିଲା । ଓଡ଼ିଶୀ, ଲୋକନୃତ୍ୟ, ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ଏକାଠି ପ୍ରଦର୍ଶନ କରୁଥିବା ଏକ ଅନନ୍ୟ ଉତ୍ସବ ଭାବେ ପରିଚିତ । ଏହି ମହୋତ୍ସବରେ ଓଡିଶାର ଅନେକ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇଥିଲେ । ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀର ଗୁରୁ କେଦାର ନାଥ ନାୟକଙ୍କ ଦ୍ୱାରା ଓଡିଶୀ ଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରୀ ଆଂଶି ଶୁଭ୍ରାଂଶି ପାତ୍ର, ଜ୍ୟୋତିର୍ମୟୀ ପାଢ଼ୀ, ଅଙ୍କିତା ନାୟକ, ଶୁଭଶ୍ରୀ ପଣ୍ଡା, ସୁରଞ୍ଜନା ବାରିକ, ସୋମନା ସୋନାକ୍ଷୀ ପଣ୍ଡା, ସୋନମ ପଣ୍ଡା, ସାଇ ସ୍ନିଗ୍ଧା ପ୍ରଧାନ ଏବଂ ଶିଷ୍ୟା ଅନ୍ଵେଷା ଚୌଧୁରୀ ଉଭୟ ଏକକ ଏବଂ ଡାଲଗତ ନୃତ୍ୟ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମସ୍ତ ମାନ୍ୟଗଣ୍ୟ ଶାସ୍ତ୍ରୀୟ ଗୁରୁମାନଙ୍କ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ । ସେହି ଛାତ୍ରୀମାନଙ୍କୁ ସୁଦୂର କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ନେଇ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚାଇଥିବା ଗୁରୁ କେଦାରନାଥ ନାୟକଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରସିଦ୍ଧ ଗୁରୁ ମିନାକ୍ଷୀ ବେହେରା, ଗୁରୁ ଅଶୋକ ଘୋସାଲ, ଗୁରୁ ସୁକାନ୍ତ କୁଣ୍ଡୁ, ଗୁରୁ ଅନିରୁଦ୍ଧ ଦାସ, ଗୁରୁ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.