jayashree

ମହାଦେବ ଆଉ ମା’ ପାର୍ବତୀଙ୍କ ବାହାଘର ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଦୁଇ ଦିନ ପରେ ଦେବାଧିଦେବ ବାବା ମହାଦେବ ଆଉ ମା’ ପାର୍ବତୀଙ୍କ ବାହାଘର । ଆଉ ଏଥିପାଇଁ ଏବେଠୁ ପ୍ରସ୍ତୁତି ଜୋର ସୋର ହେଲାଣି । ବଲାଙ୍ଗିର ରାଧାରାଣୀପଡ଼ାରେ ପ୍ରସ୍ତୁତି ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖର ବାବାଙ୍କ ବିବାହ ଉପଲକ୍ଷେ ମା’ ପାର୍ବତୀଙ୍କ ମାତାପିତା ହିସାବରେ ଚଳିତ ବର୍ଷ ରାଧାରାଣୀ ପଡ଼ାର ବିପ୍ଳବ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ମାତା ପାର୍ବତୀଙ୍କ ମା’ ହୋଇଛନ୍ତି । ଯେମିତି ଜଣେ ଝିଅକୁ ବାହାଘର କଲେ, ପ୍ରଥମେ ବନ୍ଧୁବାନ୍ଧବକୁ ନିମନ୍ତ୍ରଣ ଦିଆଯାଇଥାଏ, ସେହିଭଳି ବନ୍ଧୁବାନ୍ଧବଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କରଯାଇଛି । ବାହାଘର ପାଇଁ ଘରଠୁ ନେଇକି ସବୁ କିଛି ସଜବାଜ କରାଯାଇଥାଏ । ସବୁ କିଛି ଏବେଠୁ ବ୍ୟବସ୍ଥା କରାଯାଇଛି ବୋଲି ମାତା ପାର୍ବତୀଙ୍କ ମା’ ଓ ବାପା କହିଛନ୍ତି । ବନ୍ଧୁବାନ୍ଧବ ମଧ୍ୟ ଏବେଠୁ ଘରକୁ ଆସିଲେଣି । ମାତା ପାର୍ବତୀ ତାଙ୍କ ଶାଶୁ ଘରକୁ ଯାହା ସବୁ ଘରକରଣା ନେବେ ସେ ସବୁର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ସୁନା ରୂପା ଅଳଙ୍କାର, ଚନ୍ଦନ ପେଡ଼ି, ସିଲ୍ ସିଲପା ଓ ନଣନ୍ଦ ପେଡି ଯାହା ମାତା ପାର୍ବତୀ ତାଙ୍କ ଶାଶୁ ଘରକୁ ନେଇ କି ଯିବେ ସବୁ କିଛି ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.