jayashree

ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ବିଜୁ ଏକ୍ସପ୍ରେସ ୱେରେ ରବିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ରାସ୍ତା ପାର ହେଉଥିବା ବେଳେ ଏକ ଭାଲୁର ମୃତ୍ୟୁ ଘଟିଛି । ସକାଳୁ ରାସ୍ତାକଡରେ ଭାଲୁର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ ସକାଳୁ ସକାଳୁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିରହିଛି ।

Leave A Reply

Your email address will not be published.