
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ପଞ୍ଚାୟତର ଗୁହୁରିଆପଦର ଗ୍ରାମ ନିକଟରେ ଥିବା କାଶୀ ସାହୁଙ୍କ କୁକୁଡ଼ା ଫାର୍ମରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ୩ ହଜାରରୁ ଉର୍ଦ୍ଧ୍ଵ ସୁନେଲି ଦେଶୀ କୁକୁଡ଼ା ମରିବା ସହିତ ପାଖରେ ଥିବା ୨ଟି ପାଳଗଦା ପୋଡ଼ି ଯାଇଛି । ଏହି ଖବର ପାଇବା ପରେ ଆଗଲପୁର ଅଗ୍ନିଶମ ବିଭାଗର ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ନେତୃତ୍ଵରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ୨/୩ ଘଣ୍ଟା ପର୍ଯ୍ୟନ୍ତ ଜଳୁଥିବା ନିଆଁକୁ ଆୟତ କରିଥିଲେ ।