
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱାଇସିଡିଏ ଦ୍ୱାରା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଆଟଗାଁ ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ, କେ.ପି.ଜେଡ୍ ଏବଂ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟଙ୍କର ମିଳିତ ସହାୟତାରେ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ୱାଇସିଡିଏର ଜିଲ୍ଲା ସଂଯୋଜିକା ଆନନ୍ଦିନି ରଥ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଟଗାଁ ପଂଚାୟତର ସରପଂଚ ସାଲିନି ସେଠ୍, ଡ. ମିଲନ କୁମାର ରାଉତରାୟ ଏବଂ ସାମ୍ବାଦିକ ସନ୍ଦୀପ କୁଅଁର ଯୋଗଦାନ କରି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେ ଶିଶୁମାନଙ୍କ ପାଇଁ ଗୋଟିଏ ଉତ୍ସବ ଜନିତ ପରିବେଶ କରି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଶିଶୁମାନଙ୍କ ମନରେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଗୁରୁତ୍ୱକୁ ବୁଝିବାରଥିଲା । କାର୍ଯ୍ୟକ୍ରମରେ ଡା. ମିଲନ କୁମାର ରାଉତରାୟ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଶିଶୁଙ୍କର ଏନିିଆ ଟେଷ୍ଟିଂ କରାଯାଇଥିଲା । ଏହା ସହିତ ଏମ୍ଏଚ୍ଏମ୍ ଉପରେ ମଧ୍ୟ ସଚେତନ କରାଗଲା । ରଜ ଉପଲକ୍ଷେ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶିଶୁମାନେ ମେହେନ୍ଦି, ଅଳତା, ନୃତ୍ୟ, ରେମ୍ପ ୱାକ, ପୁଚି ଖେଳ, ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା । ଏହା ସହିତ ରଜ କୁଇନ ବଛାଯାଇଥିଲା । କାର୍ଯ୍ୟକ୍ରମଟି ଆଟଗାଁ ସରପଂଚ ଏବଂ ଗ୍ରାମବାସୀ, ଆଟଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ସମସ୍ତ ଶିଶୁ ଏବଂ ଯୁବକ ଯୁବତୀ, ଅଭିଭାବକ ଏବଂ ୱାଇସିଡିଏର ସମସ୍ତ ଷ୍ଟାଫ୍ଙ୍କ ମିଳିତ ଉଦ୍ୟମରେ ସଫଳ ମଣ୍ଡିତ ହୋଇଛି । ୱାଇସିଡିଏ ସଂସ୍ଥା ସର୍ବଦା ଶିଶୁଙ୍କ ଉନ୍ନତି ପାଇଁ ଏପରି ନୂତନ ପ୍ରଚେଷ୍ଟା ପାଇଁ ସମଗ୍ର ପୁଇଁନ୍ତଲା ଅଂଚଳରେ ପ୍ରଶଂସାର ପାତ୍ର ହୋଇଛି ।