pr

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁଙ୍କ ବିୟୋଗରେ ବ୍ଲକ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶପୁରୁଷ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ହାଜି ମହମ୍ମଦ ଆୟୁବ ଖାଁଙ୍କ ସ୍ମୃତିରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଫରେଷ୍ଟ ବଙ୍ଗଳା ଠାରେ ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସନ୍ୟାସି ପୁଟେଲ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗୀୟ ଆୟୁବ ଖାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ସେହି ମହାନ ପୁଣ୍ୟ ଆତ୍ମାର ସଦ୍‌ଗତି ନିମନ୍ତେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ ଜନସାଧାରଣ ୨ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ସଭାରେ ଉପସ୍ଥିତ ସମସ୍ତ ବକ୍ତା ସ୍ୱର୍ଗତ ଖାଁଙ୍କ କାର୍ଯ୍ୟକାଳ ସମୟରେ ଖାସ୍ କରି ମୁରିବାହାଲ ବ୍ଲକ ଅଞ୍ଚଳ ତଥା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟାବଳୀକୁ ମନେପକାଇ ତାଙ୍କର ଭୂରି-ଭୂରି ପ୍ରଶଂସା କରିଥିଲେ । ବକ୍ତାମାନେ କହିଥିଲେ ଯେ, ସେ ଏକ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଏବଂ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ହୃଦୟରେ ସେ ଚିରଦିନ ପାଇଁ ସ୍ମୃତି ହୋଇ ରହିବେ । ଏହି ସ୍ମୃତି ସଭାରେ ତାଙ୍କ ସୁପୁତ୍ର ଡଃ. ଅମଜାଦ ଖାଁଙ୍କ ସହ ପୂର୍ବତନ ବ୍ଲକ ବିଜେଡି ସଭାପତି ସିଦ୍ଧେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ଶେଷଦେବ ସା, ବରିଷ୍ଠ ବିଜେଡି ନେତା ଅଶୋକ ପଟ୍ଟନାୟକ, ଲୋକନାଥ ସାହୁ, ଯୁବ ଆଦିବାସୀ ନେତା ନିର୍ମଳ ଯାନୀ, ଅନ୍ତରାମ ପୁଟେଲ, ବାଲକୃଷ୍ଣ ବଘାର, ଭାଗରଥି ସାହୁ, କ୍ଷେତ୍ର ପୁଟେଲ, ସୋସିଆଲ ମେଡ଼ିଆ ସଂଯୋଜକ କୈଳାସ ସାହୁ, ଯୁବରାଜ ଗହୀର, ପରମାନନ୍ଦ ଘିବେଲା, ବରିଷ୍ଠ ବିଜେଡି ନେତା ଟିକେମନ ମାଝୀ, ଗୋବର୍ଦ୍ଧନ ବାଗ, ପବିତ୍ର ସାହୁ, ଶୋଭାରାମ ପୁଟେଲ, ଦ୍ୱିତୀକୃଷ୍ଣ ଘିବେଲା, ସୁଭାଷ ଛୁରା, ଦେବରାଜ ସାହୁଙ୍କ ସମେତ ଏହି ସଭାରେ ସ୍ୱର୍ଗତ ଆୟୁବ ଖାଁଙ୍କ ବହୁ ସମର୍ଥକ ଓ ସ୍ନେହୀ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଖାଁଙ୍କ ସମୟରେ ବିଶେଷ କରି ମୁରିବାହାଲ ବ୍ଲକ ଅଞ୍ଚଳର ବହୁବିଧ ଉନ୍ନତି ସାଧିତ ହୋଇଥିବାରୁ ତାଙ୍କ ବିୟୋଗରେ ବ୍ଲକ ଅଞ୍ଚଳର ଘରେ ଘରେ ଗଭୀର ଶୋକ ପ୍ରକାଶ ପାଇଥିଲା ।

nrusinghnath
Leave A Reply

Your email address will not be published.