jayashree

ରାଉରକେଲାରେ ଇଏସ୍‌ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଦାବି ନେଇ କର୍ମଚାରୀ ରାଜ୍ୟ ବୀମା ନିଗମ ଇନ୍ସୁରାନ୍ସ କମିଶନର ଓ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ହିନ୍ଦ ମଜଦୁର ସଭାର ଦାବିପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲ ରୋଡ ସ୍ଥିତ ଇଏସ୍‌ଆଇସି ମଡେଲ ହସ୍ପିଟାଲରେ ମଡେଲ ହସ୍ପିଟାଲ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ହିନ୍ଦ ମଜଦୁର ସଭାର ଏକ ପ୍ରତିନିଧି ମଣ୍ଡଳୀ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ଜଗବନ୍ଧୁ ଜେନା, ଦିଲ୍ଲୀପ ଜେନା, ବିମଳ ବେହୁରିଆ, ରାକେଶ ଚାନ୍ଦ, ତନ୍ମୟ ରଥ, ଅଶୋକ କୁମାର ଦାଶ, ଶ୍ରୀମତୀ ବିଦୁରେଖା ସାହୁ ପ୍ରଭୃତି ଇନ୍ସୁରାନ୍ସ କମିଶନର ପ୍ରଣୟ ସିଂହା ଓ ଆଞ୍ଚଳିକ ନିର୍ଦ୍ଦେଶକ ରୁଦ୍ରଦୀପ ଦତ୍ତଙ୍କୁ ଭେଟ୍ଟ କରି, ରାଉରକେଲାରେ ଇଏସ୍‌ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ସ୍ଥାପନ ସହିତ ମଡେଲ ହସ୍ପିଟାଲକୁ ତୁରନ୍ତ ୧୫୦ ବେଡ଼ ବିଶିଷ୍ଟ କରାଯିବ, ଖାଲିଥିବା ଅସ୍ଥି ଶଲ୍ୟ ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନିଯୁକ୍ତି ଏବଂ ଡିଜିଟାଲ ଏକ୍ସରେ ତୁରନ୍ତ କରିବାକୁ ପ୍ରତିଶ୍ରୁତି ସହିତ ଆଇ.ଜି.ଏଚ୍‌ରେ ରେଫର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ଓ ଔଷଧ ରୋଗୀଙ୍କୁ ପୂର୍ବଭଳି କିଣିବାକୁ ପଡ଼ିବନି ଆଇ.ଜି.ଏଚଊ କତ୍ତୃପକ୍ଷ ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ଜିରୋ ବା ବିନା ଖର୍ଚ୍ଚରେ ସେବା ବା ଚିକିତ୍ସା କରିବେ, ମଡେଲ ହସ୍ପିଟାଲରେ ମେଲ ଇଣ୍ଡୋର ବା ପୁରୁଷ ଅନ୍ତର୍ର ବିଭାଗରେ ସେଣ୍ଟ୍ରାଲ ଏୟାର କଣ୍ଡିସନ କାମ କରୁନଥିବାରୁ ଚାରୋଟି ଚେମ୍ବରରେ ଚାରୋଟି ଏୟାର କଣ୍ଡିସନ ଲଗାଇବାକୁ ନିଷ୍ପତ୍ତି ଓ ମଡେଲ ହସ୍ପିଟାଲରେ ଇଞ୍ଜିନିୟରିଙ୍ଗ ବିଭାଗରେ ହୋଇଥିବା ଅର୍ଥ ଅନିୟମିତତାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଲୋଚନା ପରେ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନାରେ ମଡେଲ ହସ୍ପିଟାଲ ଅଧ୍ୟକ୍ଷ ମାସିହ ପ୍ରକାଶ ମିଞ୍ଜ, ଇଏସ୍‌ଆଇସି ଷ୍ଟେଟ ମେଡିକାଲ ଅଫିସର ଡା. ଆଭା ତିର୍କୀ, ମଡେଲ ହସ୍ପିଟାଲର ନୋଡାଲ ଅଫିସର ଡା. ଲାଲମୋହନ ମିଶ୍ର, ଉପ ନିର୍ଦ୍ଦେଶକ ସଂଜୀବ କୁମାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.