
ଲାଠିକଟା, (କେପିଏନ୍ଏସ୍) : ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ଗାମପଂଚାୟତ କଲ୍ୟାଣ ମଣ୍ଡପ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀକୁ ସରପଂଚ ଗୀତା ଓରାମ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସମସ୍ତ ପଂଚାୟତବାସୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ ତାପାଇଁ ମିଳି ମିଶି କାମ କରିବା । ଜଲଦା ପଂଚାୟତରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ପଂଚାୟତବାସୀଙ୍କ ସହଯୋଗ ପାଇଁ ସେ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସବକା ସାଥ, ସବକା ବିକାଶ, ସବକା ପ୍ରୟାଶ ନାରାରେ ଅନୁପ୍ରାଣିତ ହୋଇ କାମ କରିବା ବୋଲି ଶ୍ରୀମତୀ ଓରାମ କହିଥିଲେ । ଏହି ଅବସରରେ ଦୁଇ ବର୍ଷ ଭିତରେ ପଂଚାୟତର ବିଭିନ୍ନ ୱାର୍ଡରେ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ କଂକ୍ରିଟ ରୋଡ, କଂକ୍ରିଟ ନାଳ ଓ ଅନ୍ୟାନ୍ୟ କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ପଂଚାୟତ ଜନସାଧାରଣଙ୍କୁ ଦିଆଯାଇଥିଲା । ସରପଂଚଙ୍କ ଐତିହାସିକ ପ୍ରଚେଷ୍ଟାରେ ଜଲଦା ପଂଚାୟତର ବ୍ଲକ ଏ,ବି,ସି ରେ ଆର୍ଏସ୍ପି ସହଯୋଗରେ ୧୬ଟି ଜାଗାରେ ସୋଲାର ସିଷ୍ଟମରେ ବିଶୁଦ୍ଧ ପାନୀୟ ଏବଂ ରୋଷେଇ ଉପଯୋଗ ଜଳର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଅଂଚଳବାସୀ ଆଇରନ ଯୁକ୍ତ ପାଣିରୁ ମୁକ୍ତି ପାଇ ବିଶୁଦ୍ଧ ପାଣି ବ୍ୟବହାର କରୁଛନ୍ତି । ଏଥିପାଇଁ ଅଂଚଳବାସୀ ସରପଂଚଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀରେ ୨୪ ଜଣଙ୍କୁ ନୂତନ ଭତ୍ତା ବଂଟନ କରାଯାଇଥିଲା । ଅନ୍ତୋଦୟ ଗୃହ ଯୋଜନାରେ ୪ଜଣ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ବଂଟନ କରାଯାଇଥିଲା । ୬ ଜଣଙ୍କୁ ନୂତନ ରାସନ କାର୍ଡ ବଂଟନ କାଯାଇଥିଲା । ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ୧୦ ଜଣଙ୍କୁ କାର୍ଡ ବଂଟନ କରାଯାଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଯୁକ୍ତା ମହାନ୍ତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଏହି ଅବସରରେ ନାଏବ ସରପଂଚ ଇଗନେଶ ଖାଡିଆ, ଏଡିଇଓ- ସୁଶୀଲ କୁମାର ହେମ୍ବ୍ରମ, ଯୋଗାଣ ସହାୟକ- ଜ୍ୟୋତି ବେଗ, ଲାଠିକଟା ବ୍ଲକ ନୋଡାଲ ଅଫିସର ରାକେଶ ସାହୁ, ସାଂସଦ ପ୍ରତିନିଧି ଘନଶ୍ୟାମ କୋଏଷ୍ଟା, ତରୁଣ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।
