jayashree

ଓଡ଼ିଆ ଜାତିର ପ୍ରାଣ ଶ୍ରୀଜଗନ୍ନାଥ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱ କଲେଜର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ତଥା ଶାଖାର ସମ୍ପାଦିକା ଅଳକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଇଂ ଆଲୋକ ରଂଜନ ମଲ୍ଲିକ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ହାଇଟେକ୍ ମେଡିକାଲ୍ କଲେଜର ପ୍ରଫେସର ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ଜାତିର ପ୍ରାଣ ଶ୍ରୀଜଗନ୍ନାଥ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଇଂ ମଲ୍ଲିକ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ଜଗନ୍ନାଥ ହେଲେ କୋଟି କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର । ଏହି ଧରାପୃଷ୍ଠରେ ଜନ୍ମ ହୋଇ ମହାପ୍ରଭୁଙ୍କର ସେବା କରିବାକୁ ସୁଯୋଗ ମିଳିଥିବାରୁ ମହାପ୍ରଭୁଙ୍କ ନିକଟରେ ଋଣି । ଏହାସହ କଳିଯୁଗରେ ନାମ ସଂକୀର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ । ବିଷୟ ବିଶେଷଜ୍ଞ ଡା. ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆମମାନଙ୍କ ପରିଚୟ ହେଉଛି ଜଗନ୍ନାଥ । ସେ ହେଉଛନ୍ତି ଭାବର ଠାକୁର । ଏହାସହ ସେ ମହାପ୍ରଭୁଙ୍କ ମହିମା ଓ ନିଜର ଅଭିଜ୍ଞତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି ଡ. ଜେନା ଆଲୋଚନାଚକ୍ରର ପ୍ରାସଙ୍ଗିକତା ଓ ଜଗନ୍ନାଥ କିପରି ଆମ ସମସ୍ତଙ୍କର ପ୍ରାଣର ସ୍ପନ୍ଦନ ବ୍ୟାଖ୍ୟା କରିଥିଲେ । ଶାଖା ସଭାପତି ଶ୍ରୀ ଦାଶ ପ୍ରାକ୍ କଥନ ଓ ସମ୍ପାଦିକା ଶ୍ରୀମତୀ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତୁମେ ଭକତ ଭାବରେ ବନ୍ଧା କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ପ୍ରତାପରୁଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିଲାବେଳେ ତ୍ରିଲୋଚନ ସ୍ୱାଇଁ ଓ କ୍ଷୀରେଶ୍ୱରୀ କିଷାନଙ୍କ ସଂଯୋଜନାରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସୁମନ୍ତ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ଅଜୟ କୁମାର ପାଣି, ସୁଚିତ୍ରା ସାମଲ, କଳ୍ପନା ସାମନ୍ତରାୟ, ରମେଶ ଚନ୍ଦ୍ର ସିଂହ, କରୁଣାକର ପାଟ୍ଟଶାଣୀ, ଚନ୍ଦ୍ରଶେଖର ଶତପଥୀ, କୁଞ୍ଜବିହାରୀ ରାଉତ, ଆଶୁତୋଷ ଜ୍ୟୋତିଷୀ, ବ୍ରହ୍ମାନନ୍ଦ ପାଢ଼ୀ, ସୁନିଲ ମହାନ୍ତି, ବୀରବର ସୁବୁଦ୍ଧି, ସସ୍ମିତା ପ୍ରଧାନ, ପ୍ରଭାତୀ ନାୟକ, ବିଜୟିନୀ ଜେନା, ଗଙ୍ଗାଧର ପଣ୍ଡା, ଅମୀୟ କୁମାର ମହାନ୍ତି, ଶିବପ୍ରସାଦ ଦାସ, ଜଗନ୍ନାଥ ରାଉତ, ଗଙ୍ଗାଧର ପୁହାଣ, ପ୍ରଦୀପ ପଣ୍ଡା, ସତ୍ୟନାରାୟଣ ଦାଶ, ନିରୁପମା ନାୟକ, ସଂଜୀବ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.