jayashree

ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଅଭିଯାନ”ର ସାଂସ୍କୃତିକ ମହୋତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟରଠାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଅଭିଯାନ”ର ରଜ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାଆଡ଼ମ୍ବରପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ମୁକ୍ତିକାନ୍ତ ବେହେରାଙ୍କ ତତ୍ୱାବଧାନରେ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆରଏସ୍‌ପିର ସିଜିଏମ୍‌ ହୀରାଲାଲ ମହାପାତ୍ର ଓ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ନିଜ ବକ୍ତବ୍ୟରେ ସଂସ୍ଥାର ସାଂସ୍କୃତିକ, ସାମାଜିକ ଓ ସେବାମୂଳକ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଆବାହକ ମୁକ୍ତିକାନ୍ତ ବେହେରା ବକ୍ତବ୍ୟରେ କହିଲେ, “ଅଭିଯାନ” ଅନୁଷ୍ଠାନର ପ୍ରଥମ ଅର୍ଘ୍ୟରେ” ରଜ ମହୋତ୍ସବ ସହ ସାଂସ୍କୃତିକ” କାର୍ଯ୍ୟକ୍ରମ କରାଗଲା, ଏହା ସହ ଆଗକୁ ଅନେକ ସାମୂହିକ କାର୍ଯ୍ୟକ୍ରମ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଡ୍ରଇଂ, ପାନ, ପୋଡପିଠା, ଅଳତା, ନୃତ୍ୟ ପରିବେଷଣ ଇତ୍ୟାଦି ପ୍ରତିଯୋଗିତା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । “ଅଭିଯାନ” କାର୍ଯ୍ୟକ୍ରମରେ ମୁକ୍ତିକାନ୍ତ ବେହେରାଙ୍କ ଉଲ୍ଲେଖନୀୟ ସହଯୋଗ ରହିଥିଲା । କାର୍ଯ୍ୟକ୍ରମରେ କନଭେନର ମୁକ୍ତିକାନ୍ତ ବେହେରାଙ୍କ ସମେତ, ସଭାପତି ଦୀପିକା ମହାନ୍ତି, ଯୁଗ୍ମ କନଭେନର ଲୁସି ଦାସ, ସାଧାରଣ ସେକ୍ରେଟାରୀ ଅମ୍ରିତ ନିଲମ, ରୁବି, ମୈତ୍ରୀ ପାଢ଼ୀ, ସୁମିତ୍ରା ସ୍ୱାଇଁ, ଟୁନା ପାଢ଼ୀ, ଦେବେନ୍ଦ୍ର ପଲେଇ, ପ୍ରଶାନ୍ତ ନାୟକ, କାର୍ତ୍ତିକ ଖଣ୍ଡୁଆଳ, ସତ୍ୟ ପ୍ରଧାନ, ବିଶ୍ୱଜିତ ମଲ୍ଲିକ, ପ୍ରଦୋଷ ସାହୁ, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.