jayashree

ବିଜେପି ମାଣ୍ଡୋସିଲ ଶକ୍ତି କେନ୍ଦ୍ରର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭାରତୀୟ ଜନତା ପାର୍ଟି ମାଣ୍ଡୋସିଲ ଶକ୍ତି କେନ୍ଦ୍ରର ଭୁତମୁଣ୍ଡା ଡ୍ୟାମ ଠାରେ ବିଜେପିର ବରିଷ୍ଠ ନେତା ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବିଷୟରେ ଆଲୋଚନା କରି ପ୍ରତ୍ୟେକ ବୁଥ୍ ମଜବୁତ କରିବା ସଙ୍ଗେ ସଙ୍ଗେ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ମଜବୁତ କରିବା ପାଇଁ ଏକ ମତ ଲୋଡା ଯାଇଥିଲା । ପଂଚାୟତ ସ୍ତରରେ ଘଟୁଥିବା ଅନେକ ଅସୁବିଧା ଗୁଡିକୁ ଆଲୋକପାତ କରାଯାଇ ନୂତନ ମାଣ୍ଡୋସିଲ ଶକ୍ତି କେନ୍ଦ୍ରର ପ୍ରମୁଖ ଓ ବୁଥ ପ୍ରମୁଖ ଗଠନ କରାଯାଇଥିଲା । ଏହି ବୈଠକରେ ମାଣ୍ଡୋସିଲ ପଂଚାୟତର ପ୍ରଭାରୀ ଦୁଃଶାସନ କୁମ୍ଭାର, ମାଣ୍ଡୋସିଲ ସରପଞ୍ଚ ଓମ ପ୍ରକାଶ ନାୟକ, ସନ୍ତୋଷ ପ୍ରଧାନ, ସୌମ୍ୟ ରଞ୍ଜନ ମହାନ୍ତି, ସହଦେବ ମେହେର, ଲବାନ ରଣା, ଘନଶ୍ୟାମ ସାହୁ, ଫିରୋଜ ଅଲି ଖାଁ, ଦୁଲପ ହରିପାଳ, ଚୂଡ଼ାମଣି ବାଗ, ଗୟାଧର ବାଗ, ମାନସ ରଞ୍ଜନ ବରିହା, ଚନ୍ଦ୍ର ମାଝୀ, ଜୟ ମାଝୀ ଓ ଅନ୍ୟାନ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.