pr

ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ ଗତ ଏକ ମାସରୁ ଉର୍ଦ୍ଧ୍ୱ ଦିନ ଧରି ଶାରୀରିକ ଅସୁସ୍ଥତାରେ ପୀଡ଼ିତ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମର-ଶରୀରକୁ ଭୁବନେଶ୍ୱରରୁ ମହାପ୍ରୟାଣ ଗାଡ଼ିରେ ଛତ୍ରପୁର ଅଣାଯାଇଥିଲା । ଛତ୍ରପୁର ଅପରବସଷ୍ଟାଣ୍ଡ୍ ନିକଟ ଚର୍ଚ୍ଚରୋଡ଼ସ୍ଥ ତାଙ୍କ ବାସଭବନରେ ତାଙ୍କରି ପାର୍ଥିବ ଶରୀରକୁ ବିଧିବଦ୍ଧ ଭାବେ ସଂସ୍କାର ସ୍ନାନ, ଧୌତ କରାଇ ସିନ୍ଦୁର କୁଙ୍କୁମ ଚନ୍ଦନ ଲାଗି, ନୂତନ ବସ୍ତ୍ର ପରିଧାନ କରାଯାଇ ପ୍ରଥମେ କୋକେଇରେ ଶହେ ମିଟର ବୋହି ନେଇଥିଲେ ଏବଂ ପରେ ସୁସଜ୍ଜିତ ବାହନରେ ନେଇ ସହର ପରିକ୍ରମଣ କରିଥିଲେ । ଶର୍ମିଷ୍ଠା ପ୍ରଧାନଙ୍କ ସ୍ଵାମୀ ଆଡଭୋକେଟ୍ ତଥା ସମାଜସେବୀ କେ. ଚନ୍ଦ୍ର ଶେଖର ରେଡ୍ଡୀ ତଥା ସ୍ୱର୍ଗତ କେ. ବୈଷ୍ଣବ ରେଡ୍ଡୀଙ୍କ ବୋହୂ, ଏହି ଅକାଳ ବିୟୋଗ ସମ୍ବାଦ ଶୁଣି ବହୁ ଦୂରଦୂରାନ୍ତରୁ ଅନେକ ଲୋକ ତାଙ୍କ ବାସଭବନକୁ ଛୁଟି ଆସିଥିଲେ । ଗୁରୁବାର ପୂର୍ବାହ୍ନ ସମୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ତାଙ୍କରି ଶେଷ ଦର୍ଶନ ନିମନ୍ତେ କିଛି ସମୟ ତାଙ୍କୁ ମ୍ୟୁନିସିପାଲିଟି ଅଫିସ୍ ପରିସରରେ ରଖାଯାଇଥିଲା । ସେଠାରେ ମ୍ୟୁନିସିପାଲିଟି ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶଙ୍କ ନେତୃତ୍ୱରେ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବହୁ ନେତା ନେତୃବର୍ଗ, ଅଫିସିଆଲ୍ ଷ୍ଟାଫ୍, ସମସ୍ତ କାଉନ୍ସିଲ ପରିଷଦର ସଦସ୍ୟ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ନୀତିଗତ ଚରିତ୍ର, ତାଙ୍କର ବଳିଷ୍ଠ ନେତୃତ୍ୱ ନିଷ୍ଠା ଓ ତ୍ୟାଗ, ସମାଜସେବା, ପରଉପକାରିତା ଉପରେ ଆଲୋକପାତ କରି ଛତ୍ରପୁର ପୌର କାର୍ଯ୍ୟାଳୟରେ ଏକ ବଳିଷ୍ଠ ନେତୃତ୍ଵ ସମ୍ପନ୍ନ ଏକ ତାରକା ହଜିଗଲା ବୋଲି ଗଣନା କରାଯାଇଛି । ସେହିପରି ତାଙ୍କରି ମରଶରୀର ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶେଷରେ ପୁତ୍ତିଗୋପାଳପୁର ସ୍ଥିତ ଶ୍ମଶାନ ଘାଟରେ ତାଙ୍କରି ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ସମେତ ବହୁ ବିଜେପି ନେତା, କର୍ମୀ ଯୋଗଦେଇ ତାଙ୍କରି ମର ଶରୀର ଉପରେ ପୁଷ୍ପଗୁଚ୍ଛ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ତେଷ୍ଟିକ୍ରିୟାରେ ସହସ୍ରାଧିକ ଜନତା ତାଙ୍କ ବିୟୋଗରେ ଶେଷ ଦର୍ଶନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶର୍ମିଷ୍ଠା ଭାରତୀୟ ଜନତା ପାର୍ଟିରୁ ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦ ନିମନ୍ତେ ସିଧାସଳଖ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୨୨ ମାର୍ଚ୍ଚ ମାସ ୩୦ ତାରିଖ ଦିନ ଛତ୍ରପୁର ଏନଏସି ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସି ମ୍ୟୁନିସିପାଲିଟି ଭାବେ ଘୋଷିତ ଏବଂ କାର୍ଯ୍ୟକାରୀ ହେବା ପରେ ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଦ୍ୟାବଧି ଦାୟିତ୍ୱ ନିର୍ବାହ କରି ଆସୁଥିଲେ ।

nrusinghnath
Leave A Reply

Your email address will not be published.