jayashree

କେଣ୍ଟେନର ଧକ୍କାରେ ୨ ଡ୍ରାଇଭରଙ୍କ ମୃତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେଣ୍ଟେନର ଧକ୍କାରେ ୨ ଡ୍ରାଇଭରଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଖଜୁରପଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଦୁଇ ଡ୍ରାଇଭରକୁ ଚାପିଦେଲା କେଣ୍ଟେନର । ଧାନ ଗାଡ଼ି ନେଇ ଯାଉଥିବା ବେଳେ ରାସ୍ତାକଡ଼ରେ ଟ୍ରକକୁ ଅଟକାଇ ୨ ଡ୍ରାଇଭର ସେଠଟାରେ ଝିଡ଼ା ହୋଇଥିଲେ । ଏହି ସମୟରେ ଏକ ଦୃତଗାମୀ କେଣ୍ଟେନର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍‌ସ୍ଥଳରେ ଉଭୟଙ୍‌ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ ଡ୍ରାଇଭରଙ୍କ ମଧ୍ୟରୁ ଜଣେ କଲମପୁର ବ୍ଲକ ଚୁରାଗାଁର ହିମାଂଶୁ ରାଉତ (୩୮) ବୋଲି ଜଣା ପଡ଼ିଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳି ନଥିବା ଦେଖିବାକୁ ମିଳିଛି । ପୋଲିସ କେଣ୍ଟେନର ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.