jayashree

ଇଣ୍ଡିଆନ ବ୍ୟାଙ୍କ ଆସିକା ଶାଖା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସିକା କଳିଙ୍ଗା ରୋଡ଼ ସନ୍ନିକଟ ନୂଆ ବସଷ୍ଟାଣ୍ଡ ନିକଟରେ ସରକାରୀ ବ୍ୟାଙ୍କ୍, ଯାହା ରିଜର୍ଭ ବ୍ୟାଙ୍କ ଗାଇଡ୍ ଲାଇନ୍ ଦ୍ୱାରା ପରିଚାଳିତ ଇଣ୍ଡିଆନ ବ୍ୟାଙ୍କର ଏକ ନୂତନ ଶାଖା ଭୁବନେଶ୍ୱର କ୍ଷେତ୍ରୀୟ ମହାପ୍ରବନ୍ଧକ ଶ୍ରୀମତୀ ଏସ୍. କନକଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ସର୍ବ ପ୍ରଥମେ ଆରାଧ୍ୟ ଦେବତା ଜଗନ୍ନାଥ ଓ ମା’ ଖମ୍ବେଶ୍ୱରୀଙ୍କୁ ସ୍ମରଣ କରି ଉପସ୍ଥିତ ଜନସାଧାରଣଙ୍କୁ ବ୍ୟାଙ୍କର ବିଭିନ୍ନ ସେବା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ଉପରେ ଆଲୋକପାତ କରିଥିଲେ । ଏହି ନୂତନ ଶାଖାଟି ବ୍ରହ୍ମପୁର ଜୋନର ୪୩ ତମ ଏବଂ ସର୍ବଭାରତୀୟ ସ୍ତରରେ ୬୦୦୩ ତମ ଶାଖା ଭାବେ ପରିଗଣିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଆଞ୍ଚଳିକ ପ୍ରବନ୍ଧକ ଧର୍ମେନ୍ଦ୍ର ପ୍ରତାପ ପରମାର, ଉପ ଆଞ୍ଚଳିକ ପ୍ରବନ୍ଧକ ପ୍ରିୟଦର୍ଶନ ମିଶ୍ର ଏବଂ ନିକଟସ୍ଥ ଅନେକ ଶାଖାର ପ୍ରବନ୍ଧକ ଓ କର୍ମଚାରୀ ଉପସ୍ଥିତ, ପରିଚାଳକ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଆସିକା ଚାମ୍ବର ଅଫ୍ କମର୍ସ, ମର୍ଚ୍ଚାଣ୍ଟ ଆସୋସିଏସନ, ଲାୟନ୍ସ କ୍ଳବ୍, ମହାବିଦ୍ୟାଳୟ, ମ୍ୟୁନିସିପାଲିଟି, ବାର୍ ଆସୋସିଏସନ, ଆଳୀୟ ଖଣ୍ଡାୟତ ସମାଜ ଏପରି ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶାଖା ପରିଚାଳକ କେ. ରାଜକୁମାର ପାତ୍ର ସ୍ୱାଭିମାନ, ସାଂସ୍କୃତିକ, ସମବାୟ ଓ ଭାଇଚାରାର ସଙ୍ଗମ କ୍ଷେତ୍ର ଆସିକା ସହରର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.