
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ପ୍ରଥମ ଥର ପାଇଁ ଷ୍ଟିଲ ସିଟି ପ୍ରିମିୟର ଲିଗ୍ର ୧୬ ବର୍ଷରୁ କମ ବୟସର ଖେଳାଳିଙ୍କୁ ନେଇ ଏକ ନିଲାମ କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ୍ ମନ୍ତ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟି ୱେଣ୍ଟି ପ୍ରତିଯୋଗିତା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା ତଥା ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ଼ର ପ୍ରାୟ ୧୨୦ ଜଣ ଖେଳାଳି ଅଂଶଗ୍ରହଣ କରିବେ । ଏଥିପାଇଁ ରାଉରକେଲାର ୮ଟି ଦଳ ଯଥା- ମା’ ଆଭେଞ୍ଜରି, ରାଉରକେଲା ସୁପର ଜାଣ୍ଟସ୍, ରୟାଲ ଚାଲେଞ୍ଜର ରାଉରକେଲା, ରାଉରକେଲା ଇଣ୍ଡିଆନ, ଷ୍ଟିଲ ଲାୟନ ରାଉରକେଲା, ରାଉରକେଲା ପାନ୍ଥର, କଳିଙ୍ଗ
ୱ।ରିୟର, ଷ୍ଟିଲ ସିଟି ପାନ୍ଥର ପ୍ରମୁଖ ଦଳ ଅଂଶଗ୍ରହଣ କରିବେ । ଏଥିପାଇଁ କିଛି କିଛି ବଛା ଖେଳାଳିଙ୍କୁ ନେଇ ନିଲାମ ଡକାଯାଇଥିଲା । ଏହି ପ୍ରତିଯୋଗିତା ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଖେଳ ବାସନ୍ତୀ କଲୋନୀ ଡିଏଭି ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି କ୍ରୀଡା ପ୍ରତିଯୋଗିତାର ମୁଖ୍ୟ ଅଧ୍ୟକ୍ଷ ଅସମଦ ହୁସେନ ଓ ସଂପାଦକ ଅଂଶୁମାନ ଗୋପ, ଆୟୋଜକ ୟୁଥ୍ କ୍ରିକେଟ ଏକାଡେମୀର ସଭାପତି ଭାରତ ଭୂଷଣ ପରିଡା ଓ ସମ୍ପାଦକ କମଳାକାନ୍ତ ବେହୁରିଆ ତଥା ଉପଦେଷ୍ଟା ଭାବେ ସୁଶାନ୍ତ ରାଉତ ପ୍ରମୁଖ ରହିଛନ୍ତି ।