jayashree

“ପଦ୍ମାଳୟା ସାଂସ୍କୃତିକ ଟ୍ରଷ୍ଟ” ପକ୍ଷରୁ ସାଂସ୍କୃତିକ ମହୋତ୍ସବ-୨୦୨୬ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସେକ୍ଟର -୧୯ ସ୍ଥିତ ସିଭିକ ସେଣ୍ଟର ଠାରେ “ପଦ୍ମାଳୟା ସାଂସ୍କୃତିକ ଟ୍ରଷ୍ଟ”ର ମେଗା ଉତ୍ସବ” ସାଂସ୍କୃତିକ ମହୋତ୍ସବ -୨୦୨୬” ବଡ଼ ଧୂମଧାମରେ ପାଳନ କରାଗଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି ବିଭୁ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ନିଶାପଦ୍ମା ନନ୍ଦଙ୍କ ସହଯୋଗରେ ପରିଚାଳନା ହୋଇଥିଲା । କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଭାଗ ନେଇଥିଲେ । ଉଭୟ ବିଧାୟକ “ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ”ର ଭୁୟସୀ ପ୍ରଶଂସା କରିବା ସହ ସହରର ଅଗଣିତ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ମାନଙ୍କ ଲୁକାୟିତ ପ୍ରତିଭାକୁ ମଞ୍ଚରେ ପ୍ରଦର୍ଶନ କରିବା ମହାନ ପ୍ରଚେଷ୍ଟାକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟରେ କୁନି କୁନି ପିଲାମାନଙ୍କ ଉତ୍ସାହ ଉପସ୍ଥିତ କଳାପ୍ରେମୀମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ଗଙ୍ଗାଧର ଦାଶ, କୋଷାଧ୍ୟକ୍ଷ ଶଶାଙ୍କ ପଣ୍ଡାଙ୍କ ସହ ଅନୁଷ୍ଠାନର ବହୁ ସଦସ୍ୟ ଓ ସଦସ୍ୟାଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.