jayashree

କୁମ୍ଭାରୀ ଗ୍ରାମରେ ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ କେନ୍ଦ୍ରର ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁମ୍ଭାରୀ ଗ୍ରାମରେ ଷାଠିଏ ଘର ଡୁମାଳ ସମାଜ ମୁରିବାହାଲ କେନ୍ଦ୍ରର ଏକ ବୈଠକ ସଭାପତି ପ୍ରଫୁଲ୍ଲ କୁମାର ବଘାରଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶେଷ ଭାବରେ ପଡ଼ୋଶୀ ଗ୍ରାମର ଏକ ବିବାହ ଭୋଜିରେ ଗ୍ରାମର ଦୁଇ ଜଣ ଯୁବକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ଆଲୋଚନା ହୋଇ ଏହାର ସମାଧାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଡୁମାଳ ସମାଜର ଆଉ କୌଣସି ପ୍ରକାରର ସାମାଜିକ ଉତ୍ସବରେ ନିଶାଦ୍ରବ୍ୟ ସେବନକୁ ସମ୍ପୂର୍ଣ୍ଣ ବାରଣ ସହ ନିଜ ସମାଜର ସମ୍ମାନ ପାଇଁ ଆଉ କୌଣସି ପ୍ରକାରର ଗଣ୍ଡଗୋଳକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହାକୁ ଯିଏ ନ ମାନିବ ତାଙ୍କୁ ସମାଜ କଠୋର ଦଣ୍ଡ ଦେବାକୁ ବିଚାର କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ପରେ ଡୁମାଳ ସମାଜ ଓ କେନ୍ଦ୍ରକୁ ସୁଦୃଢ଼ କରିବା ପାଇଁ କୁମ୍ଭାରୀ ଗ୍ରାମରେ ଏକ ଗ୍ରାମ୍ୟ କମିଟି ଗଠନ, ଗୋଟିଏ ଗାଁ ଗୋଟିଏ ପଙ୍ଗତ ଓ ପରିବାର ସର୍ଭେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଲୋଚନା ପରେ କୁମ୍ଭାରୀ ଗ୍ରାମର ନୂତନ ଗ୍ରାମ୍ୟ କମିଟିରେ ମୁରଲୀ ଖମାରୀ, ନିତ୍ୟାନନ୍ଦ ମେର୍ଲି, ପ୍ରକାଶ ଖେତୀ, ଯୁଧିଷ୍ଠିର ପଧାନ ଓ ମହିଳା ସଦସ୍ୟ ରୂପେ ସସ୍ମିତା ଖେତୀଙ୍କୁ ମନୋନୀତ କରାଯାଇଥିଲା । କୁମ୍ଭାରୀ ଗ୍ରାମରେ ଥିବା ଡୁମାଳ ସମାଜର ସମସ୍ତ ପରିବାର ଓ ବ୍ୟକ୍ତିବିଶେଷ ସମାଜକୁ ସୁଦୃଢ଼ ଓ ସଂଗଠିତ କରିବା ପାଇଁ ଆଗାମୀ ଦିନରେ ଗୋଟିଏ ପଙ୍ଗତରେ ଚଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗ୍ରାମରେ ଥିବା ଡୁମାଳ ପରିବାରର ସର୍ଭେ ପାଇଁ ଦାୟିତ୍ୱ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ବୁଦ୍ଧଦେବ ମହାକୁର, ଉପସଭାପତି ବାସୁଦେବ ପଧାନ, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର, ସହସମ୍ପାଦକ ଗଜପତି ପଧାନ, କୋଷାଧ୍ୟକ୍ଷ ଦେବରାଜ ପଧାନ, ଉପଦେଷ୍ଟା ପୀତାମ୍ୱର ବଘାର, ଦୁଃଶାସନ ବଘାର, ଚିତ୍ରସେନ ମେର୍ଲି, ମଦନ ଥାଟି, ପ୍ରଶାନ୍ତ କର୍ମୀ, ସତ୍ୟବାନ ଛନ୍ଦଙ୍କ ସହ କୁମ୍ଭାରୀ ଗ୍ରାମର ପ୍ରମୋଦ ଖମାରୀ, କ୍ଷୀରୋଦ୍ର ଖମାରୀ, ଭୁବନ ଖେତି, ଚନ୍ଦ୍ରଶେଖର ଖମାରୀ, ଜଗଦୀଶ ଖମାରୀ, ଲିଙ୍ଗରାଜ କଲତା, ଡିଗୁଲୁ କର୍ମୀ, ଗୋପାଳ ଖମାରୀ, ହର ଛନ୍ଦ, ସଂକୀର୍ତ୍ତନ ମେର୍ଲି ଓ ଅବକାଶ ମହାକୁର, ଖିରସିନ୍ଧୁ ଖମାରୀ, ପ୍ରହଲ୍ଲାଦ ଖେତୀ, ଗୌର ପଧାନ, ପିତାମ୍ବର ଖମାରୀ, ମନ୍ଧର ପଧାନ, ଦୟାକର ଖମାରୀ, ରୁଦ୍ରଧର ଖମାରୀ ସତ୍ୟନାରାୟଣ ଖମାରୀ, ବୁଧୁ କ୍ଷେତି ପ୍ରମୁଖଙ୍କ ସହ ଗ୍ରାମର ସମସ୍ତ ଡୁମାଳ ସମାଜର ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.