
- ମୁରସିଂହ, ବାଦିଗୋର୍, ବିରାଟକାନୀ ଓ ଦେଓଗାଁ ପ୍ରିନ୍ସ ଫାଇଟର ସେମିରେ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ ଓକିଲ ତଥା ସମାଜସେବୀ ଅନନ୍ତ ସାହୁଙ୍କ ସ୍ମୃତିରେ ରାତ୍ରିକାଳୀନ ପ୍ରଥମ ବର୍ଷ ସର୍କିଲ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନରୁ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଅବସରରେ ଅତିଥି ଭାବେ ଶିକ୍ଷକ ସାଧୁଚରଣ ସାହୁ, ସାମ୍ବାଦିକ କିଶୋର ସାହୁ, ବ୍ୟବସାୟୀ ବସନ୍ତ ଅଗ୍ରୱାଲ, କଟକ ହାଇକୋର୍ଟ ଓକିଲ ତଥା ସ୍ୱର୍ଗତ ସାହୁଙ୍କ ଜ୍ୱାଇଁ ମିହିର ସାହୁ ଯୋଗ ଦେଇଥିଲେ । ଶନିବାର ରାତିରେ ବିରାଟକାନୀ, ଫଟାବାଢ଼ି ହିରୋ, ହାତୀସରା, କୁଶମାଲ, ଅଂଶ ହଟୁଆପଡ଼ା, ଅଭାଂଶ ଆୟାଂଶ, ପ୍ରିନ୍ସ ଫାଇଟର ଅଂଶ ଗ୍ରହଣ କରିଥିଲେ । କାଲି ରାତିର ଲିଗ୍ ମ୍ୟାଚରେ ବିରାଟକାନୀ ଦଳ ଫଟାଭାଡ଼ି ହିରୋସ୍ ଦଳକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ହାତୀସରା ଦଳକୁ ହରାଇ କୁଶମାଲ ଦଳ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଂଶ ହାଟୁଆପଡ଼ାକୁ ହରାଇ ଅଭାଂସ ଅୟାଂଶ ଦଳ ଓ ୱାକ ଓଭର ଏସପି ପ୍ରିନ୍ସ ଦଳ କ୍ୱାର୍ଟରରେ ପହଞ୍ଚିଥିଲା । ପ୍ରଥମ କ୍ୱାର୍ଟର ଫାଇନାଲରେ କୁଶମାଲକୁ ହରାଇ ବିରାଟକାନୀ ଓ ଅଭାଂସ ଅୟାଂଶ ଦଳକୁ ହରାଇ ପ୍ରିନ୍ସ ଫାଇଟର ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଦିନ ରାତିରେ ହେବାକୁ ଥିବା ଶେଷ ଦିବସରେ ବିରାଟ କାନୀ ଓ ପ୍ରିନ୍ସ ଫାଇଟର ଦଳ ମଧ୍ୟରେ ପ୍ରଥମ ସେମି ହେବାକୁ ଥିବା ବେଳେ ମୁରସିଂହ ଓ ବାଦିଗୋର୍ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମୁକାବିଲା ଖେଳ ଯିବାକୁ ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଆଜିର ଖେଳଗୁଡିକୁ ରାମ ସାହୁ, ଅଜୁ ଘିବେଲା, ସ୍ୱାଧୀନ ବସ୍ତିଆ, ରୁଦ୍ର ପ୍ରସାଦ ମହାକୁର ପରିଚାଳନା କରିଥିବା ବେଳେ ଆକାଶ ପାତ୍ର ଧାରା ବିବରଣୀ ଦେଇଥିଲେ ଓ ସ୍କୋରର ଦାୟିତ୍ୱ ରୁଦ୍ରପ୍ରସାଦ ମହାକୁର ତୁଳାଇଥିଲେ । ପରିଚାଳନା କମିଟିର ସମସ୍ତ ସଭ୍ୟମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଯେ, ଉଦଘାଟନୀ ଦିବସରେ ଲିଗ୍ ମ୍ୟାଚରେ ସଲିଟ ଇଲିଭେନକୁ ହରାଇ ଟାଣ୍ଡିଗାଁ, ଶ୍ରୀରାମ ଫାଇଟରକୁ ହରାଇ ମୁରସିଂହ, ଲିପୁନ୍ ଇଲେଭେନକୁ ହରାଇ ସେଭେନ ବ୍ରୋଦର୍, ବଡବନ୍ଧକୁ ହରାଇ ବାଦିଗୋର୍ ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । କ୍ୱାର୍ଟର ଫାଇନାଲରେ ତାଣ୍ଡିଗାଁ ଦଳକୁ ହରାଇ ମୁରସିଂହ ଓ ସେଭେନ ବ୍ରଦରକୁ ହରାଇ ବାଦିଘୋର ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।