ଭାଲେଣ୍ଟାଇନ ଡେ’ ରେ ରିଲିଜ୍ ହେବ ଫିଲ୍ମ ‘ରାଧେଶ୍ୟାମ’ର ଟିଜର୍

ମୁ‌ମ୍ବାଇ : ଫେବୃଆରୀ ମାସ ୧୪ ତାରିଖ ଅର୍ଥାତ ଭାଲେଣ୍ଟାଇନ ଡେରେ ଫିଲ୍ମ ‘ରାଧେଶ୍ୟାମ’ ଟିଜର୍ ରିଲିଜ୍ ହେବ । ତେବେ ଏହି ଫିଲ୍ମରେ ପ୍ରଭାସଙ୍କୁ ଜଣେ ଲଭର୍ ବଏ ଭୂମିକାରେ ପୂଜା ହେଗଡେ‌ଙ୍କ ସହିତ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ଭାଲେଣ୍ଟାଇନ୍ ଡେ ଦିନ ୯ ଟା ୧୮ ରେ ରିଲିଜ୍ କରାଯିବ । ନିର୍ଦେଶକ ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ‘ରାଧେଶ୍ୟାମ’ ଏକ ବହୁଭାଷୀ ଫିଲ୍ମ ହେଵ ଏବଂ ଏହା ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ । ୟୁବି କ୍ରିଏସନ୍ ଦ୍ୱାରା ଏହା ନିର୍ମିତ । ଫିଲ୍ମରେ ପ୍ରଭାସ ଏବଂ ପୂଜା ହେଗଡେମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସଚିନ ଖେଡକର, ପ୍ରିୟଦର୍ଶୀ, ଭାଗ୍ୟଶ୍ରୀ, ମୁରଲୀ ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ । ଭୂଷଣ କୁମାର, ଵାମସୀ ଏବଂ ପ୍ରମୋଦଙ୍କ ଦ୍ୱାରା ଏହି ଫିଲ୍ମଟି ନିର୍ମିତ ହୋଇଛି ।

Leave A Reply

Your email address will not be published.