
ବଲାଙ୍ଗିର, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଲୁହୁରେଟ୍ ଗାଁରେ ଜଳ ସଙ୍କଟ । ଲୋକେ ପାଣି ପାଇଁ ହନ୍ତସନ୍ତ । ଦୀର୍ଘ ଦୁଇମାସ ହୋଇଗଲା ପିଇବା ପାଇଁ ପାଣି ନାହିିଁ କି ଗାଧୋଇବା ପାଇଁ ମଧ୍ୟ ପାଣି ନାହିଁ । ଗାଇଗୋରୁଙ୍କ କଥା ନ କହିବା ଭଲ । ନଳକୂପ ଅଛି କିନ୍ତୁ ପାଣି ବାହାରୁ ନାହିିଁ । ତିନି ବର୍ଷ ହେଲା ବସୁଧା ଯୋଜନାରେ ପାଣି ଟାଙ୍କି ତିଆରି କରାଯାଇଛି । ପାଇପ୍ ଲାଇନ୍ ଦିଆସରିଛି ହେଲେ ପାଣି ନାହିିଁ । ଏ ପର୍ଯ୍ୟନ୍ତ ଘରକୁ ଆସୁନି ପାଣି । ଗାଁରେ ବନ୍ଧକଟାର ସୁବିଧା ନାହିିଁ । ଗରିବ ନିରୀହ ଉପାନ୍ତ ଅଞ୍ଚଳର ଲୋକେ ପ୍ରତିଦିନ କୁଲି ମଜୁରୀ କରି ଜୀବନଯାପନ କରନ୍ତି । ଏତେ ପ୍ରଖର ଖରାରେ ପାଣି ପାଇଁ ଡହକ ବିକଳ ହେଉଛନ୍ତି । ଏକ ଘରୋଇ କୂଅ ଥିଲା ହେଲେ ଏବେ ସେ କୂଅରେ ବି ପାଣି ଶୁଖିଗଲାଣି । ଖପ୍ରାଖୋଲ ବିଡ଼ିଓ ଓ ସରପଞ୍ଚଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ କିଛି ସୁବିଧା ପାଇପାରୁ ନାହାଁନ୍ତି । ପଞ୍ଚାୟତ ତରଫରୁ ଗାଁକୁ ପାଣିଟାଙ୍କି ପଠାଇବାକୁ ଦାବି କରୁଛନ୍ତି ଗ୍ରାମବାସୀ ।