jsm

ବୈଶ୍ୟ ଶୁଣ୍ଢି ସମାଜ ସାଧାରଣ ବୈଠକ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ବୈଶ୍ୟ ଶୁଣ୍ଢି ସମାଜ (ପଶ୍ଚିମାଞ୍ଚଳ )ବଲାଙ୍ଗିର ଜିଲ୍ଲା ପବିତ୍ର ପୁର୍ଣ୍ୟତୀର୍ଥ ହରିଶଙ୍କର ମନ୍ଦିର ଅତିଥି ଭବନରେ ଛଅଗୋଟି ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବେଣୁଗୋପାଳ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ରୂପେ ଘନଶ୍ୟାମ ବେହେରା ଟେମେରୀ ମାଲ ସହ ଧର୍ମିଣୀ ଭାରତୀ ବେହେରା ମୁଖ୍ୟବକ୍ତା ସମ୍ମାନିତ ଅତିଥି ଯୁବରାଜ ବେହେରା, ସମ୍ପାଦକ ରମେଶ ବେହେରା, ସଭାପତି ଅମାଠୋଲା ଅଂଚଳ ମକରଧ୍ୱଜ ବେହେରା, ସଭାପତି ମୋହନଗିରି ଅଂଚଳ ଗଜେନ୍ଦ୍ର ସାହୁ, ସଭାପତି ଲାଞ୍ଜିଗଡ ଅଂଚଳ ରାଜେନ୍ଦ୍ର ବେହେରା, ସଭାପତି କଣ୍ଟାବାଞ୍ଜି ଅଂଚଳ ସଭାକର ବିଶୋଇ, ସଭାପତି ବ୍ରାହ୍ମଣି ଅଂଚଳ କନ୍ଧମାଳ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଅନନ୍ତ ବେହେରା, ଅନିରୁଦ୍ଧ ବେହେରା କୋଷାଧକ୍ଷ ଜଳନ୍ଧର ବେହେରା, ଦୈତାରୀ ଚଲାନ ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ ସଭାର ସମାଜର ଏକତା ନୂତନ ନୀତିନିୟମ ପ୍ରଣୟନ ସଂଶୋଧନ ସହିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ଓ ନୂତନ କମିଟି ପୁନର୍ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ଅନନ୍ତ ବେହେରା ସଭାପତି ଅମାଠୋଲା ଅଂଚଳ ଲକ୍ଷ୍ମୀକାନ୍ତ ବେହେରା ସାଧାରଣ ସମ୍ପାଦକ ମୋହନଗିରି ଅଂଚଳ ଯୁବରାଜ ବେହେରା, ଉପସଭାପତି ଖପ୍ରାଖୋଲ ଅଂଚଳ ରାଜେନ୍ଦ୍ର ବେହେରା, ଉପସଭାପତି କଣ୍ଟାବାଞ୍ଜି ଅଂଚଳ କୈଳାଶ ବେହେରା ସହ ସମ୍ପାଦକ ଚାନ୍ଦୋତରା ଅଂଚଳ ମକାରୁ ବେହେରା ଯୁଗ୍ମ ସମ୍ପାଦକ ଲାଞ୍ଜିଗଡ ଅଂଚଳ ଡୋଳାମଣି ବେହେରା କୋଷାଧ୍ୟକ୍ଷ ମୋହନଗିରି ଅଂଚଳରେ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ବେଣୁ ଗୋପାଳ ବେହେରା, ବିରଞ୍ଚି ବେହେରା ଗୁପ୍ତେଶ୍ୱର ବେହେରା, ସୁଦର୍ଶନ ବେହେରା, ନୀଳକଣ୍ଠ ବେହେରା, ଅନିରୁଦ୍ଧ ବେହେରା, ନିରଞ୍ଜନ ବେହେରାଙ୍କ ସହିତ ୧୫ ଜଣ କାର୍ଯ୍ୟକାରିଣୀ ସଭ୍ୟ ଗଠନ କରାଯାଇଥିବା ବେଳେ ଶେଷରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା ଓ ଉକ୍ତ ସଭାରେ ମଞ୍ଚ ପରିଚାଳନା ଦାୟିତ୍ୱ ଦୈତାରୀ ବେହେରା ସମ୍ପାଦନ କରିଥିଲେ । ଗୋକୁଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.