jayashree

ବର୍ଣ୍ଣାଢ୍ୟ ଠାକୁରାଣୀଙ୍କ ଯାତ୍ରା ସମୟରେ ୫ ଦିନିଆ ଛତ୍ରପୁର ମହୋତ୍ସବ ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ବର୍ଣ୍ଣାଢ୍ୟ ଠାକୁରାଣୀଙ୍କ ଯାତ୍ରା ସମୟରେ ୫ ଦିନିଆ ଛତ୍ରପୁର ମହୋତ୍ସବ ଛତ୍ରପୁର ଷ୍ଟାଡିୟମ ଠାରେ ଆୟୋଜିତ ହେବ ବୋଲି ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷରୁ ସ୍ପଷ୍ଟ ହୋଇଛି । ଛତ୍ରପୁର ମହୋତ୍ସବ ଓ ଜିଲ୍ଲାସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯିବ । ଏହି ମହୋତ୍ସବ ଆସନ୍ତା ଜୁନ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ ଗୃହରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି କମିଟି ବୈଠକରେ ପ୍ରକାଶ କରାଯାଇଛି । ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ଆୟୋଜନ କମିଟିର ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ସହର ର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୁମଧାମରେ ଚାଲିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ ଅଧିକା ସରସ ସୁନ୍ଦର କରିବା ପାଇଁ ଚଳିତ ବର୍ଷ ଛତ୍ରପୁର ମହୋତ୍ସବ ଓ ଜିଲ୍ଲାସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯିବ । ଏହି ମହୋତ୍ସବ ଆସନ୍ତା ଜୁନ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.