jayashree

ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ ଇନ୍ଧନର ମହଜୁଦ ସ୍ଥିତି ଓ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ ଇନ୍ଧନର ମହଜୁଦ ସ୍ଥିତି ଓ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି । ଯାଞ୍ଚ ସମୟରେ ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ରହିଥିବା ଓ ସେଗୁଡ଼ିକ ସ୍ଵାଭାବିକ ଭାବରେ କାର୍ଯ୍ୟ କରୁଛି । କୌଣସି ପ୍ରକାରର ଇନ୍ଧନ ସଙ୍କଟ କିମ୍ବା ଅଭାବ ନାହିଁ । ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଏହି ଯାଞ୍ଚ ସମୟରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୁଷ୍ପଲତା ଦାସ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.