jayashree

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି

  • ଗୋଟିଏ କମ୍ପେ୍ଲସରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ବିଷ୍ଣୁମୁଣ୍ଡା ଠାରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା କାରାଗାର ନିକଟରେ ନୂତନ ସିଭିଲ କୋର୍ଟ ତିଆରି କରାଯିବାକୁ ଯୋଜନା ହୋଇଛି । ଲୋକସେବା ମଂଚ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗୋଟିଏ କମ୍ପେ୍ଲସରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ ନିର୍ମାଣ କରିବା ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ, ପୂର୍ବରୁ ମିନି ସେକ୍ରେଟିଏଟ ଢାଞ୍ଜାରେ ଗୋଟିଏ କମ୍ପେ୍ଲସ ମଧ୍ୟରେ ଉଭୟ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ ନିର୍ମାଣ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯିବା ସହ ଜାଗା ମଧ୍ୟ ଚିହ୍ନଟ ହୋଇସାରିଥିଲା । ତେବେ ବିଭିନ୍ନ କାରଣରୁ ଉକ୍ତ ଜାଗାରେ ଏ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନପାରିବାରୁ ଉଭୟ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଯୋଜନା ମୁତାବକ କାର୍ଯ୍ୟାଳୟ ନିର୍ମାଣ ହେଲେ ଉଭୟଙ୍କ ମଧ୍ୟରେ ୭ ରୁ ୮ କି.ମି. ଦୂରତା ରହିବ ଯଦ୍ୱାରା ଜିଲ୍ଲାର କୋଣ ଅଣୁକୋଣରୁ ଆସୁଥିବା ଜିଲ୍ଲାବାସୀ ବହୁ ଅସୁବିଧାର ସମ୍ମୁଖିନ ହେବେ । ଏଣୁ ଜିଲ୍ଲାବାସୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଗୋଟିଏ କମ୍ପେ୍ଲସ ଭିତରେ ଉଭୟ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ ତିଆରିକୁ ଯୋଜନା ବୋର୍ଡରେ ଅନୁମୋଦନ କରି ସରକାରଙ୍କ ପାଖକୁ ପ୍ରେରଣ କରିବା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଲୋକସେବା ମଂଚ ଲିଖିତ ଭାବେ ଦାବି କରିଛି । ଡା.ବାସୁଦେବ ପତିଙ୍କ ଆବାହକତ୍ୱରେ ବରିଷ୍ଠ ଓକିଲ ରତନ କୁମାର ମହାରଣା, ଭବାନୀ ଶଙ୍କର ଶତପଥି, ବୁଦ୍ଧିଆ ବାଗ, ରବିନାରାୟଣ ବହିଦାର ଓ ସଂଜୟ କୁମାର ବଗର୍ତ୍ତି ପ୍ରମୁଖ ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବାଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.