
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ଉଠି ପଳାଇଲେ ବ୍ଲକର ଅନେକ ପଞ୍ଚାୟତର ସରପଞ୍ଚ । କକ୍ଷତ୍ୟାଗ କଲେ ବ୍ଲକର ୧୯ରୁ ଅଧିକ ସରପଞ୍ଚ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ସରପଞ୍ଚମାନଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତାବ କରାଯାଉଛି ହେଲେ ତାହା କାର୍ଯ୍ୟକାରୀ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକର ବିଭିନ୍ନ ପଞ୍ଚାୟତ ସରପଞ୍ଚମାନଙ୍କୁ ବିଭିନ୍ନ ସମୟରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ତେଣୁ କରି ସେମାନେ କକ୍ଷତ୍ୟାଗ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ବିଡ଼ିଓ ନିତୁଶ୍ରୀ ମେହେର, ଏବିଡ଼ିଓ ସୁଶାନ୍ତ ପାଣି, ଜିପିଡ଼ିଓ ପୁରୁଷୋତ୍ତମ ମାଝୀଙ୍କ ସହ ପ୍ରଶାସନିକ ଅଧିକାରୀମାନେ ବୁଝାସୁଝା କରିବା ପରେ ମଧ୍ୟ ଜିଦରେ ଅଟଳଥିବା ସୂଚନା ମିଳିଛି । ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସର କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଏବେ ଏନେଇ ନାନା କଥା ଚର୍ଚ୍ଚା ହେଉଛି ।