jayashree

ଟିଟିଲାଗଡ ବଣିକ ସଂଘର ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶମ୍ଭୁ ପ୍ରସାଦ ଗୋଏଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବଣିକ ସଂଘର ନିର୍ବାଚନ ପାଇଁ ରବିବାର ସକାଳେ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ପ୍ରକ୍ରିୟାକୁ ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା । ସେହି ଟିମରେ ସହରର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ, ଡମ୍ବରୁ ଧର କର୍ମୀ ଓ ଅନ୍ୟ ଜଣେ ଆଇନଜୀବୀ ଦାୟିତ୍ଵ ତୁଲାଇଥିଲେ । ସଂଧ୍ୟା ଚାରିଟା ସମୟରେ ସ୍ମୃଟନି ପାଇଁ ସମସ୍ତ ପ୍ରାର୍ଥୀ ଦାଖଲ କରିଥିବା ଆବେଦନ ପତ୍ର ଯାଞ୍ଚ କରିଥିଲେ ସେଥିରେ କାହାର ବି ପ୍ରାର୍ଥୀପତ୍ର ନାକଚ ହୋଇ ନ ଥିଲା । ତେବେ ଆଜି ନାମାଙ୍କନ ପ୍ରତ୍ୟାହାର ଦିନରେ କେହିବି ପ୍ରତ୍ୟାହାର କରି ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ଆଗାମି ଦୁଇ ବର୍ଷ ପାଇଁ ସଭାପତି ଭାବେ ଶମ୍ଭୁ ପ୍ରସାଦ ଗୋଏଲ, ଉପସଭାପତି ସଞ୍ଜୟ ସୋନି, ସଂପାଦକ ଭାବେ ଗୋପାଲ ଜୈନ, ସହ ସମ୍ପାଦକ ଅମନ କୁମାର ଗୋଏଲ, କୋଷାଧ୍ୟକ୍ଷ ଭାବେ ଗଙ୍ଗାଧର ଶର୍ମା ଏବଂ ୨୧ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ । ଏହା ବି ଗୋଟିଏ ବଡ ଉପଲବ୍ଧି ଅଟେ । ପାଖାପାଖି ୪୫୦ ରୁ ଅଧିକ ସଦସ୍ୟଙ୍କୁ ନେଇ ଟିଟିଲାଗଡ ବଣିକ ସଂଘ । ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ବଣିକ ସଂଘର ସଦସ୍ୟମାନେ ତାଙ୍କର ସମର୍ଥନ ଜଣାଇବା ସହ ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ୱ ଓ ତାଙ୍କ ଟିମର କାର୍ଯ୍ୟକାଳରେ ହୋଇଥିବା କାର୍ଯ୍ୟକୁ ସମସ୍ତେ ସମର୍ଥନ ଜଣାଇବା ଏଥିରୁ ପ୍ରମାଣିତ । ଆଗକୁ ବ୍ୟବସାୟୀଙ୍କ ହିତରେ କାର୍ଯ୍ୟ କରିବି ବୋଲି ସଭାପତି ଶ୍ରୀ ଗୋଏଲ କହିଛନ୍ତି ।

Leave A Reply

Your email address will not be published.