jayashree

ସହରର ବିବିଧ ଉନ୍ନୟନ କାର୍ଯ୍ୟ ପାଇଁ ଗୃହ ଓ ନଗର ବିଭାଗ ଉନ୍ନୟନ ମନ୍ତ୍ରୀଙ୍କୁ ବିଜେପିର ସ୍ମାରକ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ରାତିରେ ୨ ଦିନିଆ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି । ସେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମଧ୍ୟ ପହଞ୍ଚିଥିଲେ । ଆଜି ସକାଳେ ମନ୍ତ୍ରୀ ଶ୍ରୀ ମହାପାତ୍ର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ରାଉରକେଲା ହାଉସରେ ବୈଠକ କରିଥିଲେ । ତାଙ୍କୁ ଜିଲ୍ଲା ଓ ନେତ୍ରୁମଣ୍ଡଳୀ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ବୈଠକରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ପଦାଧିଧାରୀ ମାନେ ଉପସ୍ଥିତ ଥିଲେ । ବୈଠକ ପରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ମଣ୍ଡଳୀ ମନ୍ତ୍ରୀ ମହୋଦୟଙ୍କୁ ସହରର ବିବିଧ ଉନ୍ନୟନ କାର୍ଯ୍ୟ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଅଞ୍ଚଳର ବାସିନ୍ଦାମାନେ ଦୀର୍ଘଦିନ ଧରି ବିଭିନ୍ନ ନାଗରିକ ଓ ସାର୍ବଜନିକ ସୁବିଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଉରକେଲା ଏକ ଶୀଘ୍ର ବିକାଶଶୀଳ ସହରାଞ୍ଚଳ ହେବାରୁ ସାଧାରଣ ଲୋକଙ୍କ ସୁବିଧା ଓ କଲ୍ୟାଣ ପାଇଁ ଉଚିତ ଭିତ୍ତିଭୂମି ଓ ସାର୍ବଜନୀନ ସୁବିଧାର ଅତ୍ୟାବଶ୍ୟକତା ରହିଛି ବୋଲି ଉଲ୍ଲେଖ କରାଯାଇଛି । ନିମ୍ନଲିଖିତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଯଥା ଯାତାୟାତ ଜନିତ ଭିଡ଼ ଏବଂ ରାସ୍ତା ପାଖରେ ପାର୍କିଂ ସମସ୍ୟା କମାଇବା ପାଇଁ ଏକ ମଲ୍ଟିପାର୍କିଂ ନିର୍ମାଣ, ବାହାର ଅଞ୍ଚଳରୁ ଆସୁଥିବା ଅତିଥି ଓ ପର୍ଯ୍ୟଟକ ମାନଙ୍କର ରହିବା ସୁବିଧା ପାଇଁ ଏକ ଅତିଥି ଭବନ ସ୍ଥାପନ, ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରାର୍ଥୀମାନଙ୍କ ପାଇଁ ଏକ ଆଧୁନିକ ଇ-ଲାଇବ୍ରେରୀ ସ୍ଥାପନ, ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ଉପକାର ପାଇଁ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନଗୁଡ଼ିକରେ ପାନୀୟ ଜଳ ପଏଣ୍ଟ ସ୍ଥାପନ, ବର୍ଷା ଋତୁରେ ଜଳଜମା, ଅସ୍ୱଚ୍ଛ ପରିବେଶ ଏବଂ ରୋଗ ବ୍ୟାପନକୁ ରୋକିବା ପାଇଁ ଡ୍ରେନେଜ୍ ସମସ୍ୟାର ତୁରନ୍ତ ସମାଧାନ, ବିନୋଦନ, ଶାରୀରିକ ସୁସ୍ଥତା ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା କାର୍ଯ୍ୟକଳାପ ପ୍ରୋତ୍ସାହନ ପାଇଁ ପାର୍କ ଓ ଷ୍ଟାଡିୟମ୍‌ର ଯଥୋଚିତ ରକ୍ଷଣାବେକ୍ଷଣ ଓ ଏହି ସୁବିଧାଗୁଡ଼ିକ ଏହି ଅଞ୍ଚଳର ଜୀବନମାନ, ପରିଷ୍କାରତା, ସହର ପରିଚାଳନା ଏବଂ ସମଗ୍ର ଉନ୍ନତିରେ ବହୁତ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳିରେ ଜିଲ୍ଲା ସଭାନେତ୍ରୀଙ୍କ ସହିତ ଜିଲ୍ଲା ଉପସଭାପତି ସତ୍ୟ ସାହୁ,ସାଧାରଣ ସମ୍ପାଦକ ରଞ୍ଜିତ୍ ନାୟକ, ସମ୍ପାଦକ ପ୍ରଣତାପ ଦାସ, ସମ୍ପାଦିକା ନମ୍ରତା ବାଗ, କାର୍ଯ୍ୟାଳୟ ସମ୍ପାଦିକା ଜ୍ୟୋତି ମଞ୍ଜରୀ ଷଡ଼ଙ୍ଗୀ, ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ ଉପସ୍ଥିତ ଥିଲେ ।

Leave A Reply

Your email address will not be published.