jayashree

ବଲାଙ୍ଗିରରେ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଅସୁରଡୁଙ୍ଗୁରୀ ଜଙ୍ଗଲ ଅଞ୍ଚଳରୁ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ଜଙ୍ଗଲ ଭିତରେ ମୃତଦେହ ପଡିଥିବା ଦେଖି ସଦର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । ପୋଲିସ ପକ୍ଷରୁ ଘଟଣାକୁ ସନ୍ଦେହଜନକ ଭାବେ ନେଇ ସମସ୍ତ ଦିଗରୁ ତଦନ୍ତ କରାଯାଉଥିବା ସୂଚନା ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଘଟଣାକୁ ନେଇ ଅସୁରଡୁଙ୍ଗୁରୀ ଓ ଆଖପାଖ ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିବେଶ ଦେଖାଦେଇଛି ।

Leave A Reply

Your email address will not be published.