
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି । ବାରହା ଶିକାର କରି ମାଂସ ଭାଗ ବଣ୍ଟା କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରିଥିଲା । ୪୫ କେଜି ମାଂସ ସହ ୭ଜଣ ଶିକାରୀକୁ ଗିରଫ କରିଛି ବନବିଭାଗ । ବିଶେଷ ସୂତ୍ରରୁ ଖବରପାଇ କୋମନା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କମକେଡା ଗାଁ ନିକଟସ୍ଥ ତଣ୍ଡୁଳ ଜଙ୍ଗଲରେ ଚଢ଼ାଉ କରିଥିଲା । ଦୁଇ ଗୋଟି ବାରହା ଶିକାର କରି ୪୫ କେଜି ମାଂସ ଭାଗ ବଣ୍ଟା କରୁଥିଲେ । ବନବିଭାଗ ପକ୍ଷରୁ ଚଢାଉ କରି ବାରହା ମାଂସ ସହ ୭ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଶିକାରୀମାନେ ହେଲେ ସୁକଦେବ ପହରିଆ (୩୩), ଇନ୍ଦ୍ରଜ୍ ପହରିଆ (୩୫), ସୁରେଶ ପରାଭୁଏ (୩୭), ସହଦେବ ପରାଭୁଏ (୨୩), ଆରତ ପହରିଆ (୨୬), ଲଲିନ୍ଦ୍ର ନାଏକ (୨୬) ଓ ଛଳକଟା ଶବର (୬୫) । ଏମାନଙ୍କ ପାଖରୁ ୫ ଗୋଟି ଧନୁ, ୨୧ଟି ଶର, ଦୁଇ ଗୋଟି ଟାଙ୍ଗିଆ, ସହ ଦୁଇ ଗୋଟି ବାରହାର ୪୫ କିଲୋ ଗ୍ରାମ ମାଂସ ଜବତ କରାଯାଇଥିଲା । ତେବେ ୭ଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି ।