
- ପଡ଼ିଲା ଯେତିକି ପଦ ପାଇଁ ସେତିକି ଆବେଦନ ଫର୍ମ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବଣିକ ସଂଘର ନିର୍ବାଚନ ପାଇଁ ରବିବାର ସକାଳେ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ପ୍ରକ୍ରିୟାକୁ ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା । ସେହି ଟିମରେ ସହରର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ, ଡମ୍ବରୁ ଧର କର୍ମି ଓ ଅନ୍ୟ ଜଣେ ଆଇନଜୀବୀ ଦାୟିତ୍ଵ ତୁଲାଇଥିଲେ । ସଂଧ୍ୟା ଚାରିଟା ସମୟରେ ସ୍ମୃଟନି ପାଇଁ ସମସ୍ତ ପ୍ରାର୍ଥୀ ଦାଖଲ କରିଥିବା ଆବେଦନ ପତ୍ର ଯାଞ୍ଚ କରିଥିଲେ ସେଥିରେ କାହାର ବି ପ୍ରାର୍ଥୀ ପତ୍ର ନାକଚ ହୋଇ ନଥିବା ଜଣାପଡ଼ିଛି । ସଭାପତି ଭାବେ ଶମ୍ଭୁ ପ୍ରସାଦ ଗୋଏଲ, ଉପସଭାପତି ସଞ୍ଜୟ ସୋନି, ସଂପାଦକ ଭାବେ ଗୋପାଲ ଜୈନ, ସହ ସମ୍ପାଦକ ଅମନ କୁମାର ଗୋଏଲ, କୋଷାଧ୍ୟକ୍ଷ ଭାବେ ଗଙ୍ଗାଧର ଶର୍ମା ଏବଂ ୨୧ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦେଖିବାକୁ ଗଲେ ସମସ୍ତ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇସାରିଲେଣି, ଯେହେତୁ ପ୍ରତିଯୋଗୀ ଭାବରେ ପ୍ରାର୍ଥୀ ପତ୍ର ଅନ୍ୟ କେହି ଦାଖଲ କରି ନଥିବା ବେଳେ ପ୍ରତିଦ୍ୱନ୍ଦି ନାହାନ୍ତି । ଅପେକ୍ଷା କେବଳ କିଏ ଯଦି ନାମାଙ୍କନ ପ୍ରତ୍ୟାହାର କରିବେ ସେଥିପାଇଁ ପ୍ରତ୍ୟାହାର ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ଏବଂ ଏହା ପରେ ଅଫିସିଆଲ୍ ଘୋଷଣାକୁ ବାକି ରହିଲା ।