csstore

ଯୁବ ରେଡ୍‌କ୍ରସ୍‌ ପକ୍ଷରୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାର୍ବତୀ ଗିରି ବାଲ ନିକେତନ ପଥରଚେପା ଠାରେ ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି, ଓଡିଶା ରାଜ୍ୟ ଶାଖା ତଥା ଯୁବ ରେଡ୍‌କ୍ରସ୍‌ ବଲାଙ୍ଗିର ଶାଖା ପକ୍ଷରୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ, ସେବା ତଥା ବନ୍ଧୁତ୍ୱର ନୀତି ଆଦର୍ଶକୁ ସମସ୍ତଙ୍କ ପାଖରେ ପହଂଚାଇବା ସହ ସମସ୍ତଙ୍କ ପାଇଁ ମାନବିକ କାର୍ଯ୍ୟକୁ ପ୍ରାଥମିକତା ଦେବା ଲାଗି ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି । ମହାସମାରୋହରେ ପାଳିତ ହୋଇଥିବା ସଭାରେ ଯୁବ ରେଡ୍‌କ୍ରସ୍‌ର ନୋଡାଲ ଅଫିସର ତଥା ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୁବ ରେଡ୍‌କ୍ରସ୍‌ ଜିଲ୍ଲା ସଂଯୋଜକ ତଥା ଯୁଧିଷ୍ଠିର ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ. ଦୈତ୍ୟାରୀ ପୂଜାରୀ ଯୋଗଦେଇ ଏହି ବର୍ଷର “ଥିମ୍‌” “ମାନବିକତାର ଏକତା, ସଂକଟ ସମୟରେ ଏକାଠି ଛିଡା ହେବା” ବିଷୟରେ ବିସ୍ତୁତ ଭାବରେ ଆଲୋଚନା କରିଥିଲେ । ଘସିଏନ୍‌ କଲେଜ୍‌ର ଇଂରାଜୀ ଅଧ୍ୟାପକ ପ୍ରହହ୍ଲାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଶାନ୍ତନୁ କୁମାର ପାତ୍ର, ସତ୍ୟନାରାୟଣ ବଗର୍ତ୍ତି, ନୀତୁ ଅଗ୍ରୱାଲ, ରେଖା ଅଗ୍ରୱାଲ ମଞ୍ଚାସୀନ ହୋଇଥିଲେ । ପ୍ରକାଶ ଥାଉକି ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ଜନ୍‌ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ପାର୍ବତୀ ଗିରି ବାଲ ନିକେତନରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ପାଇଁ ଯୁବ ରେଡ୍‌କ୍ରସ୍‌ ପକ୍ଷରୁ ଫୁଡ୍‌ ପ୍ୟାକେଟ୍‌ ତଥା ଷ୍ଟଡି ମେଟେରିଆଲ୍‌ ବଣ୍ଟନ କରାଯାଇଥିଲା । କାର୍ଯ୍ୟକୁ ସଫଳ କରିବା ପାଇଁ ବାଲ ନିକେତନର ସମ୍ପାଦିକା ସଂସ୍କୃତି ପଟ୍ଟାନାୟକ, ଆଶିଷ କୁମାର ଖମାରୀ, ସୁନନ୍ଦାରାଣୀ ମହାପାତ୍ର, ସୁଜାତା ମହାପାତ୍ର, ବିଶ୍ୱରଞ୍ଜନ ପୂଜାରୀ, ଅଭିଜିତ ମିଶ୍ର, ସୁବ୍ରତ କୁମାର ତ୍ରିପାଠୀ, ହୃଷିକେଶ ଦାଶ, ବିଶ୍ୱଭୂଷଣ ବିଶ୍ୱାଳ, ସଦାଶିବ ସାହୁ, କହ୍ନେଇ ଚରଣ ସାହୁ, ଜଗମୋହନ ପାଢୀ, ରବିନ୍ଦ୍ର ସେଠ୍‌, ସୁବ୍ରତ କୁମାର ପାଢୀ, ଦାଶରଥୀ ପଟେଲ, ସୁଦାମ ନାଗ, ଅନନ୍ତ ସାହୁ, ତଥା ବାଲ ନିକେତନର କର୍ମକର୍ତ୍ତା ଏବଂ ଯୁବ ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ ତଥା ପରାମର୍ଶଦାତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.