jayashree

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିକୁ ନେଇ ଦାବିପତ୍ର ପ୍ରଦାନ କଲେ ଅଭିଭାବକ ମହାସଂଘ

ବରଗଡ, (ମୁନ୍ନା ସାହୁ) : ଓଡିଶା ଅଭିଭାବକ ମହାସଂଘ ବରଗଡ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ବିମଳ କୁମାର ଦାଶଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି, ଅନୈତିକ କାର୍ଯ୍ୟକଳାପକୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେ ତାଙ୍କ ଦାବିପତ୍ରରେ ବରଗଡର ଏକ ଶିକ୍ଷୟିତ୍ରୀଙ୍କ ଉପରେ ଘଟିଥିବା ଶାରୀରିକ ନିର୍ଯ୍ୟାତନା, ଶିକ୍ଷକ ବଦଳିରେ ଲାଞ୍ଚ, ସ୍କୁଲ ସାମଗ୍ରୀ କିଣାରେ ଦୁର୍ନୀତି, ମଧ୍ୟାହ୍ନ ଭୋଜନ ଯୋଗାଣରେ ଦୁର୍ନୀତି, ଜାଲ ଶିକ୍ଷକ ନିଯୁକ୍ତିରେ ଲାଞ୍ଚ କାରବାର ଆଦି ବିଭିନ୍ନ ମାମଲାର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସ୍ଥାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ନିଯୁକ୍ତି ପାଇଁ ଦାବି କରିଥିଲେ । ଏହି ଅବସରରେ ଓଡିଶା ଅଭିଭାବକ ମହାସଂଘର ସଦାନନ୍ଦ ମହାପାତ୍ର, ବାସୁଦେବ ଦାଶ, ବାଲ୍ମିକୀ ଷଡ଼ଙ୍ଗୀ, କାଳୀ ଚରଣ ବୋଷ, ରଞ୍ଜିତ ଯାଦବ, ଜଟାଧାରୀ ପ୍ରଧାନ, କ୍ଷୀତେଶ୍ୱର କୁମ୍ଭାର, କ୍ଷୀରୋଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.