jayashree

ନିଲମ୍ବିତ ସରପଞ୍ଚଙ୍କୁ ପୁଣି ଅସ୍ଥାୟୀ ଭାବେ ନିଯୁକ୍ତି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ପଞ୍ଚାୟତ ସରପଞ୍ଚ ନନ୍ଦିନୀ ମେହେରଙ୍କୁ କାର୍ଯ୍ୟକାଳ ମଧ୍ୟରେ ସମସ୍ତ ପ୍ରାସଙ୍ଗିକ ରେକଡ୍, ଦଲିଲ, ରେଜିଷ୍ଟର ଏବଂ ହିସାବ ଖାତା ଗୁଡିକ ଗତ ୩ ବର୍ଷର ଏହି ସମସ୍ତ କାଗଜ ପତ୍ର ୩୦ ଦିନ ମଧ୍ୟରେ ସକ୍ଷମ ଅଡିଟ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇ ବ୍ଲକ ପ୍ରଶାସନ ତରଫରୁ ଆଦେଶ ଦିଆଯାଇଛି । ଉକ୍ତ ସମୟସୀମା ମଧ୍ୟରେ ସବୁ ରେକର୍ଡ ପତ୍ର ଦେଖାଇ ନ ପାରିଲେ ପୁଣି ପଦବୀ ସଂପୂଣ୍ଣ ଭାବେ ଯିବ ବୋଲି ସୂଚନା ମିଳିଛି । ସରପଞ୍ଚଙ୍କ କଥିତ ମୁତାବକ ସେହି ସମୟରେ ଗ୍ରାମ ପଞ୍ଚାୟତରେ ପିଇଓ ରାଜକିଶୋର ପୋଢ଼ ଦ।ୟିତ୍ଵରେ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେଏହି ଦୁର୍ନୀତି ହୋଇଥିଲା ମୋର କୌଣସି ଭୁଲ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ଗ୍ରାମ ପଞ୍ଚାୟତର ସିଏଫ୍‌ସି, ଏସ୍‌ଏଫ୍‌ସି, ଏନ୍‌ଆର୍‌ଇଜିଏସ୍‌, ଓଏପି ଏବଂ ଅନ୍ୟାନ୍ୟ ରେଜିଷ୍ଟରର କୌଣସି ତଥ୍ୟ ନ ଥିବା ଦର୍ଶାଇଛନ୍ତି । ପ୍ରକାଶ ଯୋଗ୍ୟ ସେହି ସମୟରେ ସରପଞ୍ଚ ଓ ପିଇଓଙ୍କୁ ସମୟ ଦିଆଯାଇଥିଲେ ହେଁ ସମସ୍ତ ତଥ୍ୟ ଦେଇ ପାରି ନ ଥିବା ଯୋଗୁ ପିଇଓ ଏବଂ ସରପଞ୍ଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସରକାରୀ ଆଦେଶ ସଂଖ୍ୟା ୧୧୫୦୫ ଓ ଚିଠି ସଂଖ୍ୟା ୨୮୧୪୧୨୬ରେ ସମସ୍ତ ତଥ୍ୟ ଦେବାକୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଏହି ୩୦ ଦିନ ଅସ୍ଥାୟୀ ସରପଞ୍ଚ ଭାବେ କାର୍ଯ୍ୟ କରି ପାରିବେ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ଦେବବ୍ରତ ତାଣ୍ଡି ସୂଚନା ଦେଇଛନ୍ତି । ନଚେତ୍ ଆଗାମୀ ଦିନରେ ସରପଞ୍ଚ ପଦବୀ ହରାଇବେ ଓ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ତରଫରୁ ନିଆଯିବ ବୋଲି ସୁଚନା ମିଳିଛି । ଉକ୍ତ ସରପଞ୍ଚଙ୍କୁ ପୁନଃ ସରପଞ୍ଚ ଦାୟିତ୍ୱଭାର ଗ୍ରାମ ପଞ୍ଚାୟତ ଅଧିକାରୀ ଦେବବ୍ରତ ତାଣ୍ଡି ସରପଞ୍ଚ ନନ୍ଦିନୀ ମେହେରଙ୍କୁ ଦ।ୟିତ୍ୱ ପ୍ରଦାନ କରିଥିଲେ । ଏଥିରେ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର ଉମେଶ ନାଗ, କମଳା ମାଝି, ସୀମା ସେଟ୍, ରଞ୍ଜୁ ସୁନା, ପ୍ରେମରାଜ ସେଠ, ଗୁରୁବାରି ବରିହା, ସସ୍ମିତା ବିଶ୍ଵାଳ, ପୂର୍ଣ୍ଣିମା ସାହୁ, ଶତ୍ରୁଘ୍ନ ବିଶ୍ୱାଳ, ଛଇଲ ଭୁଏ ଓ ସରପଞ୍ଚଙ୍କ ଅନେକ ସମର୍ଥକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.