
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁଢ଼ୀପଦରରେ ଷୋହଳ ପ୍ରହରୀ ନାମଯଜ୍ଞ ସଙ୍କୀର୍ତ୍ତନ ଉଦଯାପିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପ୍ରଶାନ୍ତ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପ୍ରଧାନ ଦାୟିତ୍ଵ ନିର୍ବାହ କରିଥିଲେ । ମୁଖ୍ୟ ପୂଜକ ରମେଶ ମିଶ୍ର ତଥା ବାବା ରଘୁନାଥ ନନ୍ଦଙ୍କ ତତ୍ତ୍ଵାବଧାନରେ ନାମଯଜ୍ଞ କମିଟି ସଭାପତି ବିକ୍ରମ ସିଂହ ରାଏ, ସରପଞ୍ଚ ଲକ୍ଷ୍ମୀ ପଧାନ, ସମାଜସେବୀ ଯୁଧିଷ୍ଠିର ପଧାନ, ଆନନ୍ଦ ମହାପାତ୍ର, ପ୍ରମୋଦ ଚାନ୍ଦ, ଶେଷଦେବ ପଧାନ, ସତ୍ୟବାନ ବନଛୋର, ରାକେଶ ସିଂରାଏ, ଗୌତମ ପାତ୍ର, ସୁଦାମ ବେହେରା, ଉତ୍ତମ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଉଦଯାପନୀ ପୂର୍ବ ସନ୍ଧ୍ୟାରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର, ଦିଲୀପ ବେହେରା, ଅରବିନ୍ଦ ସାହୁ ତଥା ପୂର୍ଣ୍ଣାହୁତି ଦିବସରେ ବ୍ଲକ ଅଧ୍ୟକ୍ଷ ଜତୀନ୍ଦ୍ର ପଟେଲ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ଏହି ନାମ ଯଜ୍ଞରେ ଆଖପାଖ ଗ୍ରାମାଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।