jayashree

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ସଫଳ ନେତୃତ୍ୱ ଏବଂ ଜନ ହିତକାରୀ ନୀତି, ରାଷ୍ଟ୍ର ପ୍ରତି ସମର୍ପିତ ଅତୁଟ ବିଶ୍ୱାସ ଜନତାଙ୍କ ହୃଦୟରେ ପ୍ରତିଫଳିତ ହୋଇଛି । ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ, ଆସାମରେ ଲଗାତାର ତୃତୀୟ ଥର ଓ ପୁଡୁଚେରୀରେ ଦ୍ୱିତୀୟ ଥର ପାଇଁ ଏନ୍‌ଡ଼ିଏ ମେଣ୍ଟ ବହୁ ମତରେ ବିଜୟୀ ହୋଇ ସରକାର ଗଠନ କରିବାରେ ସଫଳତା ହାସଲ କରିପାରିଛି । ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ସାଙ୍ଗଠନିକ ଜିଲ୍ଲାର ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଜିଲ୍ଲା ତରଫରୁ ରାଉରକେଲାର ବିଶ୍ରା ଛକ ଠାରେ ବିଶାଳ ବିଜୟ ଉତ୍ସବ ପାଳନ କରାଯାଇଥିଲା । ବିଜେପିର କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ବହୁ ଉତ୍ସାହର ସହିତ ପରସ୍ପରକୁ ସଫଳତାର ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ଲଡୁ ପରସ୍ପରକୁ ଖୁଆଇ ଥିଲେ । ସେଠାରେ ଉପସ୍ଥିତ ଜନତାଙ୍କୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗବନ୍ଧୁ ବେହେରା, ଗୁରିନ୍ଦର୍ ସିଂ, ପ୍ରଭାତ ମହାପାତ୍ର, ସତ୍ୟପ୍ରିୟ ସାହୁ, ପ୍ରଣତାପ ଦାସ, ସନ୍ତୋଷ ବିରାଟ, କମଳା ବାରିକ, ସନ୍ତୋଷ ବେହେରା, ନର୍ମଦା ବାଗ, ସତ୍ୟ ଶର୍ମା, ଜ୍ୟୋତିର୍ମୟୀ ଷଢ଼ଙ୍ଗୀ, ଭବାନୀ କବି, ଅଙ୍କୁଶ ବର୍ମା, ଦିଲ୍ଲୀପ ସିଂ, ରଞ୍ଜିତା କିସପଟା, ନୀରଜ ଚତ୍ରୁବେଦୀ, ଦୁର୍ଗୀ ସାହୁ, ବୀରେନ ପତି, ବିଶ୍ୱନାଥ ମହାନ୍ତି, ଜସ୍ମିନ୍ଦର ସିଂହଙ୍କ ସମେତ ଶତାଧିକ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.