
ଭୋଗରାଇ, (କେପିଏନ୍ଏସ୍) : ଗୁରୁଙ୍କ ଅବର୍ତ୍ତ ମାନ୍ୟତାରେ ତାଙ୍କର ପ୍ରଜ୍ଞା ପିଢ଼ି ପରେ ପିଢ଼ି ଚିରକାଳ ଚେତନାରେ ପ୍ରସାରିତ ହୋଇଚାଲିଥାଏ ବୋଲି ଦିବଂଗତ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ବରେଣ୍ୟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଦିବଂଗତ ଗୁରୁଙ୍କ ମହାପ୍ରୟାଣର ତ୍ରୟୋଦଶ ଦିବସରେ ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଙ୍କର ପୈତୃକ ଗ୍ରାମ ନୟାପାଲି ସ୍ଥିତ ବାସଭବନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କବି ଡଃ ଶ୍ରୀକୁମାର ଘୋଷ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥିଭାବେ ଭୋଗରାଇ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମିନାରାଣୀ ସାସମଲ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ୩୫ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ପ୍ରତିମା ଚାନ୍ଦ, ବିଶିଷ୍ଟ ଅତିଥିଭାବେ ସି.ଏ. ରାଜୀବ କୁମାର ଜେନା, ସମ୍ମାନିତ ଅତିଥିଭାବେ ସି.ଏ. ସମୀର କୁମାର ପଲେଇ, ସରପଞ୍ଚ ମଞ୍ଜୁରାଣୀ ବେହେରା, ଡାକ୍ତର ଶୁଭମ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ କୁମାର ବେହେରା, ଯୁବ ଶିକ୍ଷକ ତଥା ସାହିତ୍ୟିକ ମଳୟ କୁମାର ଶୂର, ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ ମନୋଜ କୁମାର ଜେନା, ସମାଜସେବୀ ମୁରଲୀମୋହନ ପଟ୍ଟନାୟକ, ପ୍ରାକ୍ତନ ନାଏବ ସରପଞ୍ଚ ଯୋଗେନ୍ଦ୍ର ନାଥ ପାଳ, କବି ସୁକୁମାର ଦାସ, ପ୍ରାକ୍ତନ ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ପ୍ରାକ୍ତନ ସରପଞ୍ଚ ଶ୍ରୀପତି ଚରଣ ଜେନା, ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରଧାନ, ସମାଜସେବୀ ପଣ୍ଡିତ ରାଜେନ୍ଦ୍ର ପଣ୍ଡା, ସମାଜସେବୀ ପ୍ରଶାନ୍ତ କୁମାର ପାଳ, ଅଜୟ କୁମାର ପାଳ, ଛାତ୍ରୀ ହେମଲତା ଜେନା, ଜାମାତା ପ୍ରାକ୍ତନ ପ୍ରଧାନଶିକ୍ଷକ ସୁଧାକର ଜେନା, ଜାମାତା ସୁଧିର କୁମାର ପ୍ରଧାନ, ସମୁଦି ପ୍ରାକ୍ତନ ସମବାୟ ସମିତି ସଂପାଦକ ମାନସ କୁମାର ପାତ୍ର, ଶିକ୍ଷକ କିର୍ତ୍ତନ ଦେ, ଶିକ୍ଷକ ପବିତ୍ର କୁମାର କର, କଳାକାର ସଂଘ ସଭାପତି ଅନୀଲ କୁମାର ଜେନା, ସମାଜସେବୀ ସଞ୍ଜିବ ସିଂ, ସମାଜସେବୀ ଗିରିଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ସହିତ ସ୍ମୃତି ଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦିବଂଗତ ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରୋଟାରିଆନ ଡଃ ଶିବନାରାୟଣ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ସହିତ ପରିଚୟ ପ୍ରଦାନକରିଥିବାବେଳେ ସ୍ୱର୍ଗତ ପାତ୍ରଙ୍କ ତିନିପୁତ୍ର ତୁଷାରକାନ୍ତି , ନିହାରକାନ୍ତି, ତରୁଣକାନ୍ତି, ପୁତ୍ରବଧୂ, ଝିଅ, ନାତି ନାତୁଣୀ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ୧୯୩୬ ମସିହା ପରାଧୀନ ଭାରତରେ ଜନ୍ମିତ ସ୍ୱର୍ଗତ ପାତ୍ର ଶିକ୍ଷାରେ ଜୟରାମପୁର ହାଇସ୍କୁଲରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ନିଷ୍ଠାପର ଶିକ୍ଷାଦାନ କରି ଅନେକ ଖ୍ୟାତି ଅର୍ଜନ କରିବା ସହିତ ମସିହା ପାଲଟିଥିଲେ । ପରିଶେଷରେ ସାନପୁତ୍ର ତରୁଣକାନ୍ତି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।