csstore

ବ୍ରାହ୍ମଣ କେନ୍ଦୁଗୁଡାରେ ହନୁମାନ ବିଗ୍ରହ ପ୍ରତିଷ୍ଠା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ବ୍ରାହ୍ମଣ କେନ୍ଦୁଗୁଡା ଭବାନୀ ଶଙ୍କର ଶୈବ ପୀଠରେ ହନୁମାନ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିଷ୍ଠା କାର୍ଯ୍ୟରେ ଅଭିମନ୍ୟୁ ପାଢ଼ୀ ଏବଂ ତାଙ୍କ ସହଧର୍ମିଣୀ ସୁଜାତା ପାଢ଼ୀ କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ଭାବରେ ନୃସିଂହ ପତି, ସନାତନ ଯୋଶୀ ବିଭିନ୍ନ ବିଧି ବିଧାନ ସହ ପୂଜାର୍ଚନା ସହ ଧାର୍ଯ୍ୟ ଲଗ୍ନ ତିଥି ଅନୁସାରେ ହନୁମାନ ବିଗ୍ରହ ପ୍ରତିଷ୍ଠା କରିଥିଲେ । ରାମନାଥ ଶବର, ବିଷ୍ଣୁ ଶବର, ଦିବାକର ବେହେରୁକ, ସଦାଶିବ ରାଉତ, ଚୈତନ୍ୟ ରଣା ସମେତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ମନୋଜ କୁମାର ପଣ୍ଡା, ନିରଞ୍ଜନ ପାଢ଼ୀ, ବିକାଶ ପାଢ଼ୀ, ମାର୍କଣ୍ଡ ଠାକୁର, ଲଳିତ ଠାକୁର, ଶ୍ରୀବତ୍ସ ପାଢ଼ୀ, ଶରତ ଚନ୍ଦ୍ର ପଣ୍ଡା, ବିଭୁତି ପଟ୍ଟନାୟକ, ବିକାଶ ଚନ୍ଦ୍ର ପଣ୍ଡା ବିରଞ୍ଚି ନାରାୟଣ ବେହେରା ଉପସ୍ଥିତ ରହିଥିବାବେଳେ ଅଶେଶ୍ୱର ପଟେଲ, ଅମରିତ ଚନ୍ଦ୍ର ମୁଣ୍ଡଙ୍କ ନେତୃତ୍ୱ ରେ ହନୁମାନ ଚାଳିଶା ଏବଂ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା । ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ବିଭୁକୃପା ଲାଭ କରିଥିଲେ ।

jayashree
Leave A Reply

Your email address will not be published.