mahavir

ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ
ଏସ ଇ ଅଫିସରେ ଧାରଣା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗତ ତିନିଦିନ ହେଲା ଟିପିଡବ୍ଲୁଓଡିଏଲ୍ ତରଫରୁ ଛଟେଇ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପୂର୍ବ ଦୁଇଦିନ ବଲାଙ୍ଗିର ସର୍କଲ୍‌ର ପ୍ରତ୍ୟେକ ସେକ୍ସନ୍‌ରେ ଅଧ ଘଣ୍ଟା ବିକ୍ଷୋଭ ପ୍ରଦର୍ଶନ ହୋଇଥିବାବେଳେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ସାଂଗଠନିକ ସମ୍ପାଦକ ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ଏସ ଇ ଅଫିସ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରି ” କର୍ମଚାରୀ ଛଟେଇ ବନ୍ଦ କର” ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା । ବିଭିନ୍ନ ସେକ୍ସନ୍‌ରୁ ଶତାଧିକ ବିଦ୍ୟୁତ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏସ ଇ ଆଶିଷ ପଣ୍ଡା ଏବଂ ଏକ୍ଜୁକିଟିଭ୍ ଇଞ୍ଜିନିୟର ସୁବ୍ରତ ସେଠଙ୍କୁ ଭେଟି ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ପଣ୍ଡା ଏବଂ ଶ୍ରୀ ସେଠ୍ ଦାବିପତ୍ର ଗ୍ରହଣ କରି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ପରେ କର୍ମଚାରୀମାନେ ଧାରଣାରୁ ହଟିଥିଲେ । ସମ୍ବିତ ପଣ୍ଡା, ଉଦ୍ଧବ କରନ, ରାମକୁମାର ସା, ସୁରେନ୍ଦ୍ର ସେଠ, ସନ୍ତୋଷ ସୁଆର, କିଶୋର ବେହେରା, ବୃନ୍ଦାବନ ପାଣ୍ଡେ, କୁଶ କୁମରା, ଅମିତାଭ ଦାସ, ଲଳିତ ଦାସ, ଅମିୟ ପଶାୟତ, ଶିବପ୍ରସାଦ ମିସ୍ତ୍ରୀ, କୈଳାସ ବିଶ୍ୱାଳ, ପ୍ରବୀଣ ପଧାନ, ଜିତେନ୍ଦ୍ର ବିଶ୍ୱାଳ, ଶରତ ନନ୍ଦ ସହିତ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.