mahavir

ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇସିଏସଇ ମାଟ୍ରିକ ଓ ଆଇସିସି ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି । ଚଳିତ ବର୍ଷ ଶତପ୍ରତିଶତ ଛାତ୍ରଛାତ୍ରୀମାନେ ପାସ୍‌କରି ଏଭଳି ଗୌରବ ଆଣିଛନ୍ତି । ଏନେଇ ସେକ୍ଟର ୨୦ ସ୍ଥିତ ଏସଏସଆରଭିଏମ୍ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସଫଳତା ପାଇଁ ସ୍କୁଲର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବାଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ, ପୁଷ୍ପ ଓ ମିଷ୍ଟାନ୍ନ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନିର୍ଦ୍ଦେଶକ ଡ. ଦାସ ସଫଳ ହୋଇଥିବା ତଥା ସ୍କୁଲକୁ ଗର୍ବିତ କରିଥିବା ଯୋଗୁଁ ସମସ୍ତଙ୍କୁ ଆଶୀର୍ବଚନ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଆଗାମୀ ଭବିଷ୍ୟତ ଛାତ୍ର ଛାତ୍ରୀଙ୍କ ପାଇଁ ଶୁଭମୟ ହେଉ ବୋଲି କାମନା କରିଥିଲେ । ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ଏହାର ଶ୍ରେୟ ସ୍କୁଲର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଦେଇଥିଲେ । କାର୍ଯ୍ୟକ୍ରମରେ ଦ୍ୱାଦଶ ଶ୍ରେଣୀର ୫ ଜଣ ଓ ଦଶମ ଶ୍ରେଣୀର ୧୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି, ପ୍ରଶାସନିକ ଅଧିକାରୀ ସୁଚିନ୍ଦ୍ରମ ସେନଗୁପ୍ତ, ଫର୍ଟିଲାଇଜର ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସଙ୍କ ସମେତ ବହୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ହରପ୍ରିତ କୌର ମଞ୍ଚ ସଂଯୋଜନା କରିଥିଲେ ।

Leave A Reply

Your email address will not be published.