mahavir

ବଲାଙ୍ଗିରରେ ଭୂମିକମ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳୁ ସକାଳୁ ଦୋହଲିଲା ବଲାଙ୍ଗିରରେ ଭୂମିକମ୍ପ । ଆଜି ବଲାଙ୍ଗିରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୋର ୪. ୪୦ ମିନିଟରେ ଏହି କଂପନ ଅନୁଭୂତ ହୋଇଥିଲା । କଂପନ ପରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଆଜି ସକାଳୁ କିଛି ସେକେଣ୍ଡ ପାଇଁ ପ୍ରବଳ ଗର୍ଜନ ସହିତ କମ୍ପନ ହୋଇଥିଲା । ଘରେ ଥିବା ଆସବାବପତ୍ର କିଛି ସମୟ ପାଇଁ ଥରି ଯାଇଥିଲା । ଯାହା ଫଳରେ ଘର ଭିତରେ ଥିବା ଲୋକେ ଭୟଭୀତ ହୋଇ ଘର ବାହାରକୁ ବାହାରି ଆସିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ସୋସିଆଲ ମିଡିଆରେ ନିଜ ନିଜ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

Leave A Reply

Your email address will not be published.