mahavir

ଓଜିବି ନୂତନ ଆଂଚଳିକ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ଓ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆଜି ପେଲେସ ଲାଇନ ସ୍ଥିତ ନୂତନ ଆଂଚଳିକ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ କରାଯାଇଥିଲା । ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଏଡିଏମ୍‌ ରେଭେନ୍ୟୁ ପବିତ୍ର ବେହେରା, ସିଡିଓ କମ ଇଓ ତରଣୀ ସୁନା, ସମ୍ମାନିତ ଅତିଥି ଭାବେ ଡିଡିଏମ୍‌ ନାବାର୍ଡ ଡ. ବିବେକ କୁମାର ନାଏକ, ଏଲ୍‌ଡିଏମ୍‌ ବଲାଙ୍ଗିର ପ୍ରଶାନ୍ତ କୁମାର ବେହେରା, ପିଏଚ୍‌ସି ଶାସ୍ତ୍ରୀନଗର ଡ. ପ୍ରବୀଣ କୁମାର ବହିଦାର ଯୋଗ ଦେଇଥିଲେ । ଓଜିବି ରିଜିଓନାଲ ମ୍ୟାନେଜନର ସୂର୍ଯ୍ୟକାନ୍ତ ସାହୁ ଏବଂ ମ୍ୟାନେଜର ଏଡ୍‌ମିନ ପଲ୍‌ ଏକା ଉପସ୍ଥିତ ରହି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଶ୍ରୀ ସୁନା ନୂତନ କାର୍ଯ୍ୟାଳୟର ଫିତାକାଟି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ନୂତନ ପରିସର ଗ୍ରାହକଙ୍କୁ ଆହୁରି ଉନ୍ନତ ଓ ଆଧୁନିକ ବ୍ୟାଙ୍କିଂ ସେବା ପ୍ରଦାନ କରିବ ବୋଲି ରିଜିଓନାଲ ମ୍ୟାନେଜର ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ, ଡାଇବେଟିସ, ସମେତ ବିଭିନ୍ନ ପରିକ୍ଷା ମାଗଣାରେ କରାଯାଇଥିଲା । ବ୍ୟାଙ୍କର କର୍ମଚାରୀ ଓ ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଛି । ଓଜିବି ପରିବାର ଏହି ନୂତନ ପରିସର ମାଧ୍ୟମରେ ଗ୍ରାମାଂଚଳର ଗ୍ରାହକଙ୍କୁ ଆହୁରି ଉତ୍ତମ ସେବା ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ ।

Leave A Reply

Your email address will not be published.