
ଜୟପାଟଣା, (ଶେଷେଦେବ ବେହେରା) : ଅନେକ ଦିନ ଧରି ପୀଡିତ ଥିବା ଯୁବ ପ୍ରତିଭା ଜୟ ନାରାୟଣ ପଣ୍ଡା (କୁନା) ଙ୍କ ୫୪ବର୍ଷ ବୟସରେ ଶୁକ୍ରବାର ଭୋରରୁ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଲ୍ ଗୁଡ଼ା ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରି ଛାତ୍ର ଜୀବନରୁ ହିଁ ଯୁବ ସଂଗଠକ ଓ ଜଣେ କ୍ରୀଡାବିତ୍ ଭାବରେ ପରିଚୟ ରଖିଥିଲେ । ଜଣେ ଆଗଧାଡିର ଚାଷୀ ହିସାବରେ ମଧ୍ୟ କୃଷି ଓ କୃଷକଙ୍କ ପାଇଁ ଦରଦ ରଖି ଆସିଥିଲେ । ମୃତ୍ୟୁ ବେଳକୁ ସମସ୍ତ ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପରେ ଅନେକ ଲୋକ ଶେଷଦର୍ଶନ ପାଇଁ ପହଞ୍ଚିଥିଲେ । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏକ ମାତ୍ର ପୁଅ ସିଦ୍ଧାର୍ଥ ମୁଖାଗ୍ନୀ ଦେଇଥିଲେ ।